Monday, September 21, 2026
27.9 C
Odisha

    ଆଜି ଆଫଗାନିସ୍ତାନ ବିପକ୍ଷ ଦ୍ବିତୀୟ ଟି-୨୦

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମୋହାଲିରେ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ବିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ। ଏଠାରେ ଦଳ ଦ୍ବିତୀୟ ମ୍ୟାଚ୍‌ ଓ ସିରିଜ୍‌ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। କେବଳ ସିରିଜ୍‌ ବିଜୟ ନୁହେଁ, ବରଂ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଚୟନକୁ ମଧ୍ୟ ଗୁରୁତ୍ବ ଦିଆଯିବ। ପ୍ରଥମ ଟି-୨୦ ମ୍ୟାଚକୁ ଭାରତ ସହଜରେ ଜିତିନେଇଥିଲା। ଅନ୍ୟପକ୍ଷରେ ପ୍ରତିଦ୍ବନ୍ଦ୍ବୀ ଦଳ ନିକଟରେ ପ୍ରମୁଖ ସ୍ପିନର ରଶିଦ୍‌ ଖାନ୍‌ଙ୍କ ଅନୁପସ୍ଥିତି ରହିଛି। ଏହା ସତ୍ତ୍ବେ ଦଳ ନିକଟରେ ଟି-୨୦ ଫ୍ରାଞ୍ଚାଇଜ୍‌ ଓ ଆଇପିଏଲ୍‌ ଖେଳିବାର ପର୍ଯ୍ୟାପ୍ତ ଅଭିଜ୍ଞତା ରହିଛି। ଦଳ ନିକଟରେ ଥିବା ଶ୍ରେଷ୍ଠ ସ୍ପିନରଙ୍କୁ ନେଇ ଆଫଗାନିସ୍ତାନ ଏହି ମ୍ୟାଚ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିବାକୁ ନିଶ୍ଚିତ ଚେଷ୍ଟା କରିବ। ଆଜିର ମ୍ୟାଚ୍‌ ଲାଗି ବିରାଟ କୋହଲି ଦଳକୁ ଫେରିବା ପରେ ନିଶ୍ଚିତଭାବେ ଶକ୍ତି ବୃଦ୍ଧି ପାଇଛି। କିନ୍ତୁ ସେ ଟି-୨୦ରେ କ୍ବାଲିଟି ସ୍ପିନରଙ୍କ ବିପକ୍ଷରେ ଭଲ ଖେଳିପାରୁନାହାନ୍ତି। ଏହି ମ୍ୟାଚ୍‌ରେ ଆଫାଗାନିସ୍ତାନ ସ୍ପିନରଙ୍କ ବିପକ୍ଷରେ ତାଙ୍କ ବ୍ୟାଟିଂ ଟେଷ୍ଟ ହେବ। ଜୟସ୍ବାଲ ଯଦି ଫିଟ୍‌ ହୁଅନ୍ତି ତେବେ ଗିଲ୍‌ଙ୍କ ସ୍ଥାନରେ ସେ ଖେଳିବେ। ଏବେ ଦଳରେ ଶିବମ ଦୁବେ ଓ ୱାଶିଟନ ସୁନ୍ଦରଙ୍କୁ ସାମିଲ କରାଯିବା ଫଳରେ ଭାରତ ନଂ-୮ ଯାଏ ଭଲ ବ୍ୟାଟିଂ କରିପାରିବ। କିନ୍ତୁ ଦୁବେଙ୍କ ପ୍ରଦର୍ଶନ ଦଳକୁ ନୂଆ ଆଶା ଦେଇଛି। ସେ ଗତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ବେଞ୍ଚରେ ବସି ସମୟ କଟାଇଥିଲେ। ଏଥର ପ୍ରଥମ ସୁଯୋଗକୁ ଦୁଇ ହାତରେ ବ୍ୟବହାର କରି ଭାରତକୁ ମ୍ୟାଚ୍‌ ଜିତାଇଲେ। ସେ ଯେତେ ଅଧିକ ଖେଳିବେ ଭାରତ ସେତିକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାକ୍‌ ଅପ୍‌ ଖେଳାଳି ପାଇବ। ଵିକେଟରକ୍ଷକ ଜିତେଶ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ତାଙ୍କୁ ପ୍ରଥମ ପସନ୍ଦର ଖେଳାଳିଭାବେ ସ୍ଥାନ ଦେଇଛି। ଏଥିରୁ ସେ ଫାଇଦା ନେବା ଉଚିତ୍। ବୋଲିଂରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା କମ୍‌। ତେବେ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରାଯିବାର ସମ୍ଭାବନାକୁ ଏଡାଇଦେଇ ହେବ ନାହିଁ। ଅନ୍ୟ ପକ୍ଷରେ ଆଫଗାନିସ୍ତାନର ସମସ୍ୟା ହେଉଛି ବ୍ୟାଟିଂ। ଦଳ ନିକଟରେ ଢ଼େର ବ୍ୟାଟର ରହିଛନ୍ତି। କିନ୍ତୁ ଟପ୍‌ ଅର୍ଡରରେ ଦ୍ରୁତ ରନ୍‌ ସଂଗୃହୀତ ହୋଇପାରୁନି। ପ୍ରଥମ ମ୍ୟାଚ୍‌ରେ ଦଳ ପ୍ରଥମ ୧୦ ଓଭରରେ ମାତ୍ର ୫୭ ରନ୍‌ ଉଠାଇଥିଲା। ଏହାକୁ ଦଳ ସୁଧାରିବାକୁ ନିଶ୍ଚିତ ଚେଷ୍ଟା କରିବ। ତେବେ ଦଳର ସ୍ପିନର ମୁଜୀବ ଉର ରହମନ, ମହମ୍ମଦ୍‌ ନବି ଓ ଅଲରାଉଣ୍ଡର ଆଜମତୁଲ୍ଲା ଓମରଜାଇ ଭାରତ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    75 %
    1.5kmh
    98 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ