Sunday, October 4, 2026
30.6 C
Odisha

    ଡେପସାଙ୍ଗ ଓ ଡେମଚୋକରୁ ସଂପୂର୍ଣ୍ଣ ହଟିଲେ ଭାରତ ଓ ଚୀନ ସେନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ର ଡେପସାଙ୍ଗ ଓ ଡେମଚୋକରେ ଭାରତ ଓ ଚୀନ୍ ମଧ୍ୟରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ତେବେ ଅନ୍ୟ ବିବାଦୀୟ ଅଂଚଳଗୁଡ଼ିକରେ ଏବେ ବି ଦୁଇ ଦେଶର ସୈନ୍ୟ ଅଛନ୍ତି ଓ ସୈନ୍ୟ ପ୍ରତ୍ୟାହାର ପାଇଁ ଆଲୋଚନା ଜାରି ରହିଛି ।
    ମିଳିଥିବା ସୂଚନା ଅନୁଯାୟୀ, ଡେପସାଙ୍ଗ ଓ ଡେମଚୋକରେ ସେନା ପ୍ରତ୍ୟାହାର କାର୍ଯ୍ୟ ଶେଷ ହୋଇଛି। ଉଭୟ ଭାରତ ଓ ଚୀନର ସେନା ସଂପୂର୍ଣ୍ଣଭାବେ ପଛକୁ ହଟିଛନ୍ତି। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଥିଲା ଯେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଭାରତ ଓ ଚୀନ୍ ଅକ୍ଟୋବର ୨୮ରୁ ୨୯ ତାରିଖ ସୁଦ୍ଧା ଏଲଏସିରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିବେ। ଉଭୟ ପକ୍ଷର ସୈନିକମାନେ ଏପ୍ରିଲ ୨୦୨୦ ପୂର୍ବରୁ ଥିବା ସ୍ଥାନକୁ ଫେରିବେ ଏବଂ ସେମାନେ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ପାଟ୍ରୋଲିଂ କରୁଥିବା ଅଞ୍ଚଳରେ ପାଟ୍ରୋଲିଂ କରିବେ। କିନ୍ତୁ ଏହି ଚୁକ୍ତି ଅନ୍ୟ ବିବାଦୀୟ ଅଞ୍ଚଳରେ ଲାଗୁ ହେବ ନାହିଁ।
    ଗତ ସପ୍ତାହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ ଯେ ପୂର୍ବ ଲଦାଖରେ ଦୁଇ ବିବାଦୀୟ ସ୍ଥାନକୁ ଫେରିବା ହେଉଛି ପ୍ରଥମ ପଦକ୍ଷେପ ଏବଂ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପରବର୍ତ୍ତୀ ପଦକ୍ଷେପ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ