Saturday, May 9, 2026
38.5 C
Odisha

    ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ମ୍ୟାନୁଫାକଚରିଂ କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ମ୍ୟାନୁଫାକଚରିଂ କେନ୍ଦ୍ରର ଆଜି ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱରର ଇନଫୋଭ୍ୟାଲିସ୍ଥିତ ଇଏମସି ପାର୍କରେ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ଲିଃ ଦ୍ୱାରା ଏହି ୟୁନିଟ୍ ସ୍ଥାପନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଦେଶର ଅଗ୍ରଣୀ ସେମିକଣ୍ଡକ୍ଟର ହବ୍ ଭାବେ ଓଡ଼ିଶାକୁ ଗଢ଼ିବା ଦିଗରେ ଏହି ୟୁନିଟ୍ ସ୍ଥାପନ ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ପଦକ୍ଷେପ । ଏହି ନୂଆ ସୁବିଧା ନାକେବଳ ରାଜ୍ୟରେ ଷ୍ଟେଟ ଅଫ୍ ଆର୍ଟ ପ୍ରଡକ୍ଟ ସୃଷ୍ଟି କରିବ ବରଂ ପ୍ରତିଭାବାନ ଯୁବକଯୁବତୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ଯାହା ସେମାନଙ୍କୁ ସବୁପ୍ରକାରର ଜ୍ଞାନକୌଶଳ ଯୋଗାଇବାରେ ସହାୟକ ହେବ । ଏହି ସୁବିଧା କେନ୍ଦ୍ର ପ୍ରଶିକ୍ଷିତ ପ୍ରଫେସନାଲଙ୍କୁ ଆକର୍ଷିତ କରିବ । ଯାହାକି ଅର୍ଥନୀତିକ ଅଭିବୃଦ୍ଧି କରିବା ସହ ଓଡ଼ିଶାକୁ ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ଭାବେ ବିକଶିତ କରିବ । ସୂଚନାଯୋଗ୍ୟ, ଆସନ୍ତା ୩ବର୍ଷ ମଧ୍ୟରେ ପ୍ରାୟ ୬୨୦କୋଟି ଟଙ୍କାର ନିବେଶରେ ଏହି ଷ୍ଟେଟ ଅଫ ଆର୍ଟ ସୁବିଧା କେନ୍ଦ୍ର ସ୍ଥାପନ ହେବ । ଏହା ୫୦୦ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ନୂଆ ନିଯୁକ୍ତି ପ୍ରଦାନ କରିବ ।

    ଏହି ଅବସରରେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    38.5 ° C
    38.5 °
    38.5 °
    21 %
    4.1kmh
    18 %
    Sat
    33 °
    Sun
    38 °
    Mon
    38 °
    Tue
    39 °
    Wed
    40 °

    ସମ୍ବନ୍ଧିତ