Sunday, October 4, 2026
23.3 C
Odisha

    ବିବାଦ ମଧ୍ୟରେ ମାଳଦ୍ଵୀପକୁ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଲା ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମାଳଦ୍ୱୀପର ଭାରତ ବିରୋଧୀ ମନୋଭାବକୁ ନେଇ ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ହ୍ରାସ ହେଉନାହିଁ। ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବିବୃତ୍ତିରୁ ବିବାଦ ସତ୍ତ୍ୱେ ଭାରତ ମାଳଦ୍ଵୀପକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ଚିନି, ଗହମ, ଚାଉଳ ଏବଂ ଆଳୁ ଭଳି ଜିନିଷ ରହିଛି | ବିଶେଷ କଥା ହେଉଛି ୧୯୮୧ ପରଠାରୁ ଏହି ଯୋଗାଣ ହେଉଛି ସବୁଠାରୁ ବଡ ଯୋଗାଣ, ଯେଉଁଥି ପାଇଁ ମାଳଦ୍ଵୀପ ଭାରତକୁ କୃତଜ୍ଞତା ଜଣାଇଛି | ଶୁକ୍ରବାର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ (DGFT) ଏହି ସୂଚନା ଦେଇଛନ୍ତି । ଭାରତ ମାଳଦ୍ଵୀପକୁ ରପ୍ତାନି କରୁଥିବା ସାମଗ୍ରୀ ମଧ୍ୟରେ ଚାଉଳ ୧୨୪୨୧୮ ଟନ୍, ଗହମ ୧୦୯୧୬୨ ଟନ୍, ଚିନି ୬୪୪୯୪ ଟନ୍, ଆଳୁ ୨୧୫୧୩ ଟନ୍, ପିଆଜ ୩୫୭୪୯ ଟନ୍, ପଥର ଏବଂ ବାଲି ୧୦ ଲକ୍ଷ ଟନ୍ ଏବଂ ୪୨.୭୫ କୋଟି ଅଣ୍ଡା ରହିଛି | ଏଥି ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ ପୋଷ୍ଟରେ ଭାରତୀୟ ହାଇ କମିଶନର କହିଛନ୍ତି ଯେ ୧୯୮୧ ମସିହାରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଅନୁଯାୟୀ ଏଥର ରପ୍ତାନି ହେବାକୁ ଥିବା ଅନୁମୋଦିତ ସାମଗ୍ରୀ ସର୍ବାଧିକ। ଏଥିପାଇଁ ମାଳଦ୍ଵୀପ ବୈଦେଶିକ ମନ୍ତ୍ରୀ ମୁସା ଜାମିର ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ଏହା ଆମର ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତ୍ୱର ପ୍ରତୀକ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟକୁ ଆହୁରି ବିସ୍ତାର କରିବା ପାଇଁ ଆମର ଦୃଢ ପ୍ରତିବଦ୍ଧତାର ପ୍ରତୀକ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ