Tuesday, August 11, 2026
24.2 C
Odisha

    ଚାମ୍ପିୟନ୍ସ ଟ୍ରଫି: ଭାରତ-ପାକିସ୍ତାନ ମହା ଲଢେ଼ଇ, ଜାଣନ୍ତୁ କିଏ ଜିତିଛି କେତେ ମ୍ୟାଚ୍ ?

    ଆଗକୁ ପଢନ୍ତୁ

    ଆଜି ଦୁବାଇରେ ସୁପରସଣ୍ଡେରେ ସୁପର ମ୍ୟାଚ୍ । ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ । ଏହି ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ଏବେଠୁ କ୍ରୀଡ଼ାପ୍ରେମୀ ମାନେ ଉତ୍ସାହିତ । କାରଣ ଯେବେ ଯେବେ ଭାରତ ସହ ପାକିସ୍ତାନ ମୁହାଁମୁହିଁ ହୋଇଛି ସେବେ ସେବେ କ୍ରୀଡ଼ାପ୍ରେମୀ ଟେନସନ ହୋଇଛନ୍ତି । ଅବଶ୍ୟ ଭାରତଠୁ ଅନେକ ସମୟରେ ପାକିସ୍ତାନ ହାରିଛି । ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଆଜି ଖେଳାଯିବ । ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଏହି ହାଇଭୋଲଟେଜ ମ୍ୟାଚ୍ ଆଜି ଦିନ ୨.୩୦ରୁ ଆରମ୍ଭ ହେବ । କଥା ହେଲା ଏଥର ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରୁଛି । ହେଲେ ସୁରକ୍ଷା ଦୃଷ୍ଟିରୁ ଭାରତ ପାକିସ୍ତାନ ନଯାଇ ଦୁବାଇରେ ସମସ୍ତ ମ୍ୟାଚ୍ ଖେଳୁଛି । କଥା ହେଲା ପ୍ରଥମ ଥର ଲାଗି କୌଣସି ଆୟୋଜକ ଦେଶ ନିଜର ମ୍ୟାଚ୍ ପାଇଁ ଅନ୍ୟ ଦେଶକୁ ଯାତ୍ରା କରୁଛି । ପାକିସ୍ତାନ ପ୍ରଥମ ମ୍ୟାଚ୍ କରାଚିରେ ଖେଳିଥିଲେ ହେଁ ଦଳକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା । ତେଣୁ ଆଜିର ମ୍ୟାଚରେ ଭାରତ ଠାରୁ ଯଦି ପାକିସ୍ତାନ ହାରି ଯାଉଛି, ତା’ହେଲେ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରୁ ବିଦାୟ ନେବାର ଆଶଙ୍କା ରହିଛି । ତେଣୁ ସ୍ବାଭାବିକ ଭାବରେ ପାକିସ୍ତାନ ଖେଳାଳି ଚାପରେ ଅଛନ୍ତି ରହିବେ ମଧ୍ୟ । ଏପଟେ ଭାରତ କିନ୍ତୁ ପୂର୍ବ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଛି । ପ୍ରଥମ ମ୍ୟାଚରେ ବାଂଲାଦେଶକୁ ବେଶ ସହଜରରେ ୬ ୱିକେଟରେ ହରାଇ ଦେଇଥିଲା ଭାରତ । ଶୁବମନ ଗିଲ ଶତକ ମାରିଥିବା ବେଳେ ବୋଲିଂରେ ମହମ୍ମଦ ଶାମି ୫ ୱିକେଟ ହାସଲ କରିଥିଲେ।

    ଭାରତୀୟ କ୍ୟାମ୍ପ ଖୁସି ଥିବା ବେଳେ ପାକିସ୍ତାନ ଡଗଆଉଟରେ ଅନେକ ସମସ୍ୟା ରହିଛି। ପ୍ରଥମେ ଆହତ କାରଣରୁ ଦଳର ଓପନର ଫଖର ଜମାନ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବାବର ଆଜମ ଅତ୍ୟନ୍ତ ଧିମା ଖେଳିବା ମଧ୍ୟ ପାକିସ୍ତାନର ଚିନ୍ତା ବଢ଼ାଇଛି। ପାକିସ୍ତାନର ୩ ପ୍ରମୁଖ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି, ହ୍ୟାରିଶ ରୌଫ ଓ ନଶୀମ ଶାହ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରବଳ ରନ ଖର୍ଚ୍ଚ କରିଥିଲେ।

    ସେମି ଫାଇନାଲ ପାଇଁ ଭାରତକୁ ଗୋଟିଏ ବିଜୟ ଦରକାର ଥିବା ବେଳେ ଆଜି ଦୁବାଇରେ ଖେଳାଯାଉଥିବା ମ୍ୟାଚ୍କୁ ନେଇ ପୁରା ବିଶ୍ବରେ ଚର୍ଚ୍ଚା ହେଉଛି । କାରଣ ପାକିସ୍ତାନ ଟପ୍ ୪ରେ ରହିବା ପାଇଁ ଭାରତ ବିପକ୍ଷ ମ୍ୟାଚ୍ ଜିତିବା ଜରୁରୀ। ହାରିଲେ ଆୟୋଜକ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ । ତେଣୁ ଆଜିର ମ୍ୟାଚ ପାକିସ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ ।

    ଭାରତ-ପାକ୍ କ୍ରିକେଟ ଇତିହାସ

    ଯେବେ ଯେବେ ଭାରତ-ପାକିସ୍ତାନ ଲଢେଇ ହୋଇଛି ସେବେ ସେବେ ଜୋରଦାର ଚର୍ଚ୍ଚା ଚାଲିଛି । ଦିନିକିଆ ବିଶ୍ବକପ୍ରେ ଭାରତ ବିପକ୍ଷରେ ପାକିସ୍ତାନ କେବେ ବି ଜିତିନି । ଭାରତ ୮-୦ରେ ଆଗରେ ରହିଛି । ଟି-୨୦ ବିଶ୍ୱକପରେ ପାକିସ୍ତାନ କେବଳ ଗୋଟିଏ ଥର ୨୦୨୨ରେ ଭାରତ ଠାରୁ ଜିତି ପାରିଛି । କିନ୍ତୁ ଚାମ୍ପିୟନ୍ସ ଟ୍ରଫି ଗଣତି କିଛି ଭିନ୍ନ କଥା କହୁଛି। ଚାମ୍ପିୟନ୍ସ ଟ୍ରଫିରେ ଭାରତ ତୁଳନାରେ ପାକିସ୍ତାନର ପଲ୍ଲା ବେଶ ଭାରୀ। ପାକିସ୍ତାନ ଚୀରପ୍ରତିଦ୍ୱନ୍ଦ୍ୱୀ ଭାରତ ବିପକ୍ଷରେ ଅଧିକ ମ୍ୟାଚ୍ ଜିତିଛି। ମେନ ଇନ ଗ୍ରୀନ ହେଡ ଟୁ ହେଡ ମୁକାବିଲାରେ ୩-୨ରେ ଆଗରେ ରହିଛନ୍ତି। କଥା ହେଲା ଚାମ୍ପିୟନ୍ସ ଟ୍ରଫିକୁ ମିନି ବିଶ୍ୱକପ ମଧ୍ୟ କୁହାଯାଏ । ୨୦୧୭ ମିନି ବିଶ୍ୱକପ ଫାଇନାଲରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା। ପାକିସ୍ତାନ ପ୍ରଥମଥର ପାଇଁ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଜିତିବାକୁ ସକ୍ଷମ ହୋଇଥିଲା। ଏବେ ୮ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଖେଳା ଯାଉଛି। ଭାରତ ମଧ୍ୟ ୨୦୧୭ ଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି। ତେଣୁ ଆଜିର ମ୍ୟାଚ୍ ଉଭୟ ଦେଶ ଲାଗି ଗୁରୁତ୍ବପୂର୍ଣ୍ଣ ।

    କିଏ ଜିତିଛି ଅଧିକ ମ୍ୟାଚ୍ ?

    -ଚାମ୍ପିୟନ୍ସ ଟ୍ରଫି ୨୦୦୪ ମସିହାରେ ପ୍ରଥମ ଥର ଲାଗି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ସେତେବେଳେ ମ୍ୟାଚ୍ ବର୍ମିଂହାମରେ ଖେଳା ଯାଇଥିଲା । ହେଲେ ବାଜି ମାରିନେଇଥିଲା ପାକିସ୍ତାନ ।

    -୨୦୦୯ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନ ସେଞ୍ଚୁରିଅନରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ସୋଏବ ମଲିକ ଦମଦାର ଶତକ ହାସଲ କରିଥିଲେ। ସେ ୧୨୮ ରନ କରିଥିବା ବେଳେ ମହମ୍ମଦ ୟୁସୁଫ ୮୭ ରନର ଇନିଂସ ଖେଳିଥିଲେ। ଫଳରେ ପାକିସ୍ତାନ ବିଶାଳ ୩୦୨ ରନ କରି ନେଇଥିଲା। ୩୦୩ ରନର ପିଛା କରୁଥିବା ଭାରତ ପାଇଁ ରାହୁଲ ଡ୍ରାଭିଡ ଓ ଗୌତମ ଗମ୍ଭୀର ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଭାରତ ୫୪ ରନରେ ମ୍ୟାଚ୍ ହାରିଯାଇଥିଲା ଭାରତ ।

    -୨୦୧୩ ମସିହାରେ ବର୍ମିଂହାମରେ ପୁଣି ଥରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ । ହେଲେ ଏଥର ପ୍ରତିଶୋଧ ନେବାରେ ସଫଳ ହୋଇଥିଲା ଭାରତ । ପୂର୍ବରୁ ଦୁଇଟି ମ୍ୟାଚ୍ ପାକିସ୍ତାନଠୁ ହାରିଯିବା ପରେ ଫର୍ମରେ ଥିଲେ ଖେଳାଳି । ଛକା ଓ ଚୌକା ବର୍ଷିବା ପରେ ମାଟି କାମୁଡ଼ିଥିଲା ପାକିସ୍ତାନ ।

    ୨୦୧୭ ଚାମ୍ପିୟନ୍ସ ଟ୍ରଫି ମେଗା ଫାଇନାଲରେ ଭାରତର ପ୍ରଦର୍ଶନକୁ ଦେଖିଲେ ଲାଗୁଥିଲା ଦଳ ପୁଣି ଚାମ୍ପିୟନ ହେବ। କିନ୍ତୁ ଫଖର ଜମାନ ପୂରା ସ୍ଥିତିକୁ ବଦଳାଇ ଦେଇଥିଲେ। ସେ ୧୧୪ ରନ ଇନିଂସ ଖେଳିଥିବା ବେଳେ ଆଝାର ଅଲୀ ୫୯ ରନ କରିଥିଲେ। ଫଳରେ ପାକିସ୍ତାନ ୫୦ ଓଭରରେ ୪ ୱିକେଟ ହରାଇ ୩୩୮ ରନ କରିଥିଲା। ୩୩୯ ରନର ପିଛା କରୁଥିବା ଭାରତର ଟପ ଅର୍ଡକୁ ମହମ୍ମଦ ଆମୀର ଧ୍ୱଂସ୍ତବିଧ୍ୱସ୍ତ କରି ଦେଇଥିଲେ। ରୋହିତ ଶର୍ମା ଖାତା ଖୋଲି ପାରି ନଥିବା ବେଳେ ବିରାଟ କୋହଲି ମାତ୍ର ୫ ରନ କରି ପାରିଥିଲେ। ମୋଟ୍ ଉପରେ ଭାରତଠାରୁ ଅନେକ ଥର ପାକିସ୍ତାନ ହାରିବା ପରେ ବି ଆଜିର ମ୍ୟାଚ୍କୁ ନେଇ ଜୋରଦାର ଚର୍ଚ୍ଚା । ତେବେ ଆଜିର ଏହି ହାଇଭୋଲଟେଜ୍ ମ୍ୟାଚ୍ କିଏ ଜିତିବ ତାହାକୁ ନେଇ ଚର୍ଚ୍ଚା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    1.5kmh
    96 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    29 °

    ସମ୍ବନ୍ଧିତ