Thursday, October 15, 2026
28 C
Odisha

    ଭିନେଶଙ୍କ ଓଜନ ହ୍ରାସ ପାଇଁ କେଶ କାଟିଥିଲୁ, ପୋଷାକକୁ ବି ଛୋଟ କରି ଦେଇଥିଲୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଗତ ବୁଧବାର ଭିନେଶ ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ତିନୋଟି ମୁକାବିଲା ଜିତି ଫାଇନାଲ୍‌ ମ୍ୟାଚ୍‌ ଖେଳିଥାନ୍ତେ। କିନ୍ତୁ ଏହା ପୂର୍ବରୁ ତାଙ୍କର ଧାର୍ଯ୍ୟ ୫୦ କିଲୋଗ୍ରାମ ସୀମାଠାରୁ ୧୦୦ ଗ୍ରାମ୍ ଅଧିକ ଓଜନ ହୋଇଯାଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାପରେ ବିବାଦ ଦେଖା ଦେଇଛି। ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ଓ କଳାକାରମାନେ ନିଜନିଜର ମତ ରଖିଛନ୍ତି। କଂଗ୍ରେସ ଏଥିପାଇଁ ବିଜେପିକୁ ଦାୟୀ କରିଛି। ଏହି ଘଟଣାକୁ ନେଇ ଡାକ୍ତର ଦିନଶା ପାରଦିବାଲା ନିଜର ମତ ରଖିଛନ୍ତି। ଡାକ୍ତର ଦିନଶା ହେଉଛନ୍ତି ଭାରତୀୟ ଦଳର ମୁଖ୍ୟ ମେଡିକାଲ ଅଫିସର।

    ଡାକ୍ତର ଦିନଶା ପାରଦିବାଲା କହିଛନ୍ତି, ‘ମଡିକାଲ ଟିମ ଭିନେଶଙ୍କ ଓଜନ ହ୍ରାସ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଉଦ୍ୟମ କରିଥିଲା। ଖେଳାଳିଙ୍କ ଓଜନ ହ୍ରାସ ପାଇଁ ସେମାନଙ୍କ ଖାଦ୍ୟ, ପାନୀୟ ଓ ବ୍ୟାୟାମ ଉପରେ ଅଧିକ ଗୁରୁତ ଦେବାକୁ ପଡ଼ିଥାଏ। ଝାଳ ବୁହାଇବାକୁ ପଡ଼ିଥାଏ। ଏପରି ଭାବେ ଓଜନ ହ୍ରାସ କଲେ କିଛିମାତ୍ରାରେ ହାଲିଆ ବି ଲାଗିଥାଏ ଶରୀରରୁ ଶକ୍ତି କମି ଯାଇଥାଏ।

    ଭିନେଶ ଡିହାଇଡ୍ରେସନ ଆଡକୁ ଯାଉଥିବ‌ ଦେଖି ଆମେ ତାଙ୍କୁ କିଛି ପାଣି ପିଇବାକୁ ଦେଇଥିଲି। ଭାବିଥିଲୁ ରାତି ଭିତରେ ଓଜନ ନିୟନ୍ତ୍ରଣକୁ ଆସିଯିବ। କିନ୍ତୁ ତାଙ୍କ ଓଜନ ନିୟନ୍ତ୍ରଣକୁ ଆସି ନଥିଲା। ଯାହାକୁ ନେଇ ଆମେ ଚକିତ ହୋଇଯାଇଥିଲୁ।

    ଏମିତି କି ଭିନେଶଙ୍କ ଓଜନର କିଛି ଗ୍ରାମ ହ୍ରାସ ପାଇଁ କେଶ କାଟିଥିଲୁ ତାଙ୍କ ‌ପୋଷାକକୁ ଛୋଟ କରି ଦେଇଥିଲୁ। ଶେଷରେ ଆମମାନଙ୍କର ସମସ୍ତ ପ୍ରୟାସ ଅସଫଳ ରହିଥିଲା। ଭିନେଶଙ୍କ ୧୦୦ ଗ୍ରାମ୍ ଅଧିକ ଓଜନ ହୋଇଯାଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    69 %
    2.1kmh
    72 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ