Saturday, April 4, 2026
36.1 C
Odisha

    ଯୁବବର୍ଗଙ୍କୁ ଅଧା ଟ୍ରେନିଂ ଦେଇ ଯୁଦ୍ଧକୁ ପଠାଉଛନ୍ତି ଭାରତ ସରକାର: ଚୀନ-ପାକିସ୍ତାନ ଆମଠାରୁ ଯଥେଷ୍ଟ ଭଲ ବୋଲି କହିଲେ ରାହୁଲ

    ଆଗକୁ ପଢନ୍ତୁ

    ପାଟନା: ବିହାରର ରାଜଧାନୀ ପାଟନାର ଗାନ୍ଧୀ ମଇଦାନରେ ଚାଲିଥିବା ମହାମେଣ୍ଟର ଜନ ବିଶ୍ୱାସ ମହାରାଲି ସମୟରେ ବହୁ ସଂଖ୍ୟକ ଯୁବବର୍ଗଙ୍କୁ ଦେଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ ଅଗ୍ନିବୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ସରକାରଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁ ଏବେ ସେନାରେ ଦୁଇ ପ୍ରକାରର ସୈନିକ ହୋଇ ଯାଇଛନ୍ତି। ଅଗ୍ନିବୀର ଏପରି ସୈନିକ ହେବେ, ଯେଉଁମାନେ ସହିଦ ହେବା ପରେ ମଧ୍ୟ ନିଜର ସମ୍ମାନ ହାସଲ କରିପାରିବେ ନାହିଁ । ସେମାନେ ଜୀବିତ ଥିବାବେଳେ ସୁବିଧା ପାଇବେ ନାହିଁ କିମ୍ବା ସହିଦ ହେବା ପରେ କୌଣସି ସମ୍ମାନ ପାଇବେ ନାହିଁ।
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏହି ଅଗ୍ନିବୀର କର୍ମଚାରୀଙ୍କୁ ୬ ମାସ ତାଲିମ ଦେଉଛନ୍ତି। ପରେ ସେମାନଙ୍କୁ ଚୀନ ଏବଂ ପାକିସ୍ତାନର ଶକ୍ତିଶାଳୀ ସୈନ୍ୟବାହିନୀର ମୁକାବିଲା ପାଇଁ ପଠାଉଛନ୍ତି। ଏପରି କରି ସରକାର ଯୁବବର୍ଗଙ୍କ ଜୀବନକୁ ବିପଦରେ ପକାଉଛନ୍ତି। ଏକ୍ଷେତ୍ରରେ ଚୀନ-ପାକିସ୍ତାନ ଆମଠାରୁ ଯଥେଷ୍ଟ ଭଲ। ସେମାନେ ଯୁଦ୍ଧକୁ ପଠାଇବା ପୂର୍ବରୁ ସେମାନଙ୍କ ସୈନ୍ୟଙ୍କୁ ଆବଶ୍ୟକ ତଥା ସମ୍ପୂର୍ଣ୍ଣ ତାଲିମ ପ୍ରଦାନ କରୁଛନ୍ତି।

    ଜନ ବିରୋଧ ସତ୍ତ୍ବେ ମଧ୍ୟ ମୋଦୀ ସରକାର ଅଗ୍ନିବୀର ଯୋଜନା ଲାଗୁ କରିଥିଲେ। ଏପରି କରି ସରକାର ଦେଶ ପାଇଁ ଜୀବନ ଦେଉଥିବା ସହିଦଙ୍କ ମଧ୍ୟରେ ପାର୍ଥକ୍ୟ କରିଛନ୍ତି।
    ସେହିପରି ମୋଦୀ ସରକାର ଘୃଣା ବିସ୍ତାର କରୁଛନ୍ତି। ଭାରତରେ ଘୃଣାର କୌଣସି ସ୍ଥାନ ନାହିଁ। ମାତ୍ର ମୋଦୀ ସରକାର ଏହା କରୁଛନ୍ତି। ଦେଶରେ ଅନ୍ୟାୟ ଜାରି ରହିଛି। ଦେଶର କୃଷକ, ଗରିବଙ୍କ ଉପରେ ଅନ୍ୟାୟ ହେଉଛି। ମୋଦୀ କେବଳ ଅଳ୍ପ ଶିଳ୍ପପତିଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ