Thursday, April 9, 2026
25.9 C
Odisha

    କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କେ‌ତେକ ଅସନ୍ତୁଷ୍ଟ କର୍ମୀ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିଥିବା ଜଣାଯାଇଛି। ସେମାନେ ମୁହଁରେ ମୁଖା ପିନ୍ଧି ଆସି କାଳିମାଡ଼ କରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଯୁବକମାନେ କାଳିମାଡ଼ କରିବା ସହ ପିସିସି ସଭାପତିଙ୍କ ବିରୋଧରେ ନାରାବାଜି କରିଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ନିର୍ବାଚନ ପରିଚାଳନାକୁ ନେଇ କର୍ମୀ ଅସନ୍ତୁଷ୍ଟ ଥିବା କୁହାଯାଉଛି। ତେବେ କାଳିମାଡ଼ର ସଠିକ କାରଣ ଏଯାଏଁ ଜଣାପଡ଼ିନାହିଁ।
    ଭିଡିଓ ଅନୁସାରେ କିଛି ଯୁବକ କର୍ମୀ ଶରତଙ୍କ ରୁମ ଭିତରକୁ ପଶିଲେ। ତାଙ୍କ ସହ କଥା ହୋଇ ହାତ ମଧ୍ୟ ମିଳାଇଲେ। କିନ୍ତୁ ହଠାତ୍ ଲୁଚାଇ ରଖିଥିବା କାଳି ବୋତଲ ବାହାର କରି ତାଙ୍କ ଉପରକୁ କାଳି ଛାଟି ଦେଇଥିଲେ। ସେମାନଙ୍କ ମଧ୍ୟରୁ କିଛି ମୁହଁରେ ମୁଖା ପିନ୍ଧିଥିବା ବେଳେ ଆଉ କିଛି ଖୋଲା ମୁହଁରେ ଥିଲେ।

    ଏଣେ ଘଟଣା ସଂପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କାଳିମାଡ଼ରେ ମୁଁ ଦବିଯିବିନି। ଆମେ କାହାକୁ ଚିହ୍ନିନାହୁଁ। ପୁଲିସ ସେମାନଙ୍କୁ ଚିହ୍ନଟ କରିବ। ଏପରି କାମରେ ଏଥିରେ ଭୟଭୀତ ହେବାର ନାହିଁ। ସରକାରଙ୍କ ବିରୋଧରେ କିଛି କାର୍ଯ୍ୟକ୍ରମ କରାଯିବାର ଅଛି। ଏଥିପାଇଁ କିଛି ଦୁର୍ବୃତ୍ତ ଆସି ଏପରି କାଣ୍ଡ ଭିଆଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    57 %
    0.6kmh
    100 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ