Wednesday, April 1, 2026
35.5 C
Odisha

    iPhone ପାଇଁ ସାଙ୍ଗକୁ ଖଣ୍ଡ ଖଣ୍ଡ କଲା ସାଙ୍ଗ

    ଆଗକୁ ପଢନ୍ତୁ

    ପଞ୍ଜାବ : ଜଣେ ସାଙ୍ଗ iPhone-୧୧ ପାଇଁ ତାର ନିଜ ସାଙ୍ଗକୁ ହତ୍ୟା କରିଛି। କେବଳ ହତ୍ୟା କରିଛି ତାହା ନୁହେଁ। ଛାତିରେ ଅନେକ ଧର ଛୁରୀରେ ଆଘାତ କରିଛି। ଆଉ ଏତିକିରେ ନୃଶଂସ ସାଙ୍ଗର ମନ ଭରିନିଯେ, ଶେଷରେ ପେଟ ପାଖରୁ ହାଣି ଦୁଇ ଖଣ୍ଡ କରିଦେଇଛି। ଆଉ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଜଣେ ଯୁବକର ସାହାଯ୍ୟ ନେଇ ରେଳ ଟ୍ରାକ ଉପରେ ଫୋପାଡି ଦେଇଛି। ତେବେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ପଞ୍ଜାବର ପଟିଆଲାରେ। ୧୭ ବର୍ଷୀୟ ନବଜୋତ ସିଂହଙ୍କୁ ତାଙ୍କ ନିଜ ବନ୍ଧୁ iPhone-୧୧ ପାଇଁ ହତ୍ୟା କରିଥିବା ସୂଚନା ମିଳିଛି। ନବଜୋତଙ୍କ ଜନ୍ମଦିନ ୨୪ ମାର୍ଚ୍ଚରେ ଥିଲା। ସେ ପରିବାର ସହିତ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ତା ପରଦିନ ସାଙ୍ଗମାନଙ୍କ ସହ ଖୁସିରେ ବୁଲିବାକୁ ଯାଇଥିଲେ। ହେଲେ ଖୁସିର ପରିବେଶ ଶୋକରେ ପରିଣତ ହୋଇଗଲା।

    ନବଜୋତ ମାର୍ଚ୍ଚ ୨୫ ତାରିଖରେ ତାଙ୍କ ବନ୍ଧୁମାନଙ୍କ ସହ ହରିଦ୍ୱାର ଯାଉଥିବା କହି ଘରୁ ବାହାରି ଆସିଥିଲେ। କିନ୍ତୁ କିଛି ସମୟ ପରେ ସେ ଘରକୁ ଫୋନ କରି କହିଲେ କି ସେ ସେ ହରିଦ୍ୱାର ଯାଇନାହାଁନ୍ତି। ବରଂ, ସେ ଘରକୁ ଫେରୁଛନ୍ତି। ସେହି ରାତିରେ ପୋଲିସ ରେଳ ଷ୍ଟେସନରେ ଏକ ମୃତଦେହ ମିଳିଥିବା ସୂଚନା ପାଇଲା। ଶରୀରଟି ଦୁଇ ଖଣ୍ଡ ହୋଇ ପଡିଥିଲା। ଶରୀରର ପେଟ ପାଖରୁ ଦୁଇ ଖଣ୍ଡ କରାଯାଇଥିଲା। ଛାତିରେ ଅନେକ କଟା ଚିହ୍ନ ଥିଲା। ଆଉ ଶରୀରଟି ଏତେ ଖିନଭିନ ହୋଇଥିଲା ଯେ ଚିହ୍ନିବା କଷ୍ଟକର ହୋଇ ପଡିଥିଲା। ତେଣୁ ଚିହ୍ନଟ ନହୋଇପାରିବାରୁ ମୃତଦେହ ଚିହ୍ନଟ କରିବା ପାଇଁ ସାରା ଗାଁରେ ପୋଷ୍ଟର ଲଗାଗଲା। ଏହି ସମୟରେ, ମାର୍ଚ୍ଚ ୩୦ ତାରିଖରେ, ହରଜିନ୍ଦର ସିଂହ ତାଙ୍କ ପୁଅକୁ ଖୋଜିବା ପାଇଁ ପୋଲିସ ଷ୍ଟେସନରେ ପହଞ୍ଚିଲେ।

    ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଲା ଯେ ନବଜୋତଙ୍କୁ ତାଙ୍କ ବନ୍ଧୁ ଅମନଜୋତ ହତ୍ୟା କରିଛନ୍ତି। କାରଣ ଥିଲା ନବଜୋତଙ୍କ ଆଇଫୋନ-୧୧। ପରେ ପୋଲିସ ଅମନଜୋତକୁ ଗିରଫ କଲା। ଆଉ ଅମନଜୋତଙ୍କଠାରୁ ନବଜୋତଙ୍କ ମୋବାଇଲ୍ ମଧ୍ୟ ଉଦ୍ଧାର କଲା। ଅମନଜୋତଙ୍କୁ ଗିରଫ କରାଯାଇ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ସମ୍ମୁଖରେ ହାଜର କରାଯାଇଛି। ଏହି ସଂପୂର୍ଣ୍ଣ ହତ୍ୟାକାଣ୍ଡ ବିଷୟରେ ଆଉଜଣେ ପିଲା ମଧ୍ୟ ଜାଣିଥିଲା। ଯିଏକି ଏବେ ସବୁ ସତ କହିଛି। ହେଲେ ପିଲାଟିର ପରିଚୟ ପ୍ରକାଶ କରାଯାଇନାହିଁ। ପିଲାଟିର କହିବା କଥା, ଅମନଜୋତ ତାଙ୍କୁ ଅପରାଧରେ ଅଂଶଗ୍ରହଣ କରିବା ପାଇଁ ୧୦୦୦ ଟଙ୍କା ଦେଇଥିଲେ।ପିଲାଟି କହିଲା ଯେ ଅମନଜୋତ ତାକୁ ରେଳ ଟ୍ରାକରେ ମୃତଦେହ ରଖିବାକୁ ସାହାଯ୍ୟ କରିବାକୁ ଧମକ ଦେଇଥିଲା। ତେଣୁ ସେ ଏହି କାର୍ଯ୍ୟ କରିଥିଲେ। ହେଲେ ହତ୍ୟାକାଣ୍ଡରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ଏବେବି ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ