Thursday, March 26, 2026
24.3 C
Odisha

    ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ଆଶିଷ ସିଂ, ଗୃହ ବିଭାଗର ଓଏସଡି ଭାବେ ମିଳିଲା ନିଯୁକ୍ତି

    ଆଗକୁ ପଢନ୍ତୁ

    ଭୁ‌ବନେଶ୍ବର: ବରିଷ୍ଠ ଆଇଏଏସ୍‌ସ୍ତରରେ ଗତକାଲି ବଡ଼ଧରଣର ଅଦଳବଦଳ କରିବା ପରେ, ରାଜ୍ୟ ସରକାର ଆଜି ଆଇପିଏସ୍ ଅଫିସର ଆଶିଷଙ୍କ ସିଂଙ୍କ କ୍ଷମତାରେ ଚୋଟ ମାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏହି ଅଫିସରଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରିଛନ୍ତି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
    ରାଜ୍ୟରେ ସାଧାରଣ ନିର୍ବାଚନ-୨୦୨୪ ଆରମ୍ଭ ହେବା ସମୟରୁ ବରିଷ୍ଠ ଆଇପିଏସ୍ ଆଶିଷ ସିଂ ହିଁ ବିବାଦରେ ଥିଲେ। ନିର୍ବାଚନ ସମୟରେ ସେ ବିଜେଡି ପାଇଁ କାମ କରୁଥିବା ବିଜେପି ଅଭିଯୋଗ ଆଣିଥିଲା। ଏମିତି କି ତାଙ୍କ ଛୁଟିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଅସୁସ୍ଥତା ଦର୍ଶାଇ ସେ ଛୁଟି ନେଇଥିବାରୁ, ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏମ୍ସ ଭୁବନେଶ୍ବରରେ କରାଇଥିଲେ। ଆଉ ସେ ସମ୍ପୂର୍ଣ୍ଣ ଥିବା ଜାଣିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଛୁଟି ସରିବା ପରେ ଆଶିଷ ସିଂ କାର୍ଯ୍ୟରେ ଯୋଗ ଦେଇଥିଲେ। ଆଉ ରାଜ୍ୟରେ ନୂଆ ସରକାର ଆସିବା ପରେ ତାଙ୍କର କ୍ଷମତାରେ ଏବେ ଚୋଟ ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏହି ଅଫିସରଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    57 %
    0.4kmh
    1 %
    Thu
    37 °
    Fri
    39 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ