Wednesday, October 7, 2026
22.1 C
Odisha

    ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ; ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ନିଖୋଜ ଥିବା ହେଲିକପ୍ଟରକୁ ଆଜି ଠାବ କରାଯାଇଥିଲେ ମଧ୍ୟ ତାହା ସମ୍ପୁର୍ଣ୍ଣ ଭାବେ ଜଳି ଯାଇଛି। ଇରାନ୍‌ ଗଣମାଧ୍ୟମର ସୂଚନା ମୁତାବକ, ଉଦ୍ଧାରକାରୀ ଦଳ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଚିହ୍ନଟ କରିଛନ୍ତି। ତେବେ ସେଠାରେ କୌଣସି ଜୀବନ୍ତ ବ୍ୟକ୍ତିଙ୍କର ସନ୍ଧାନ ମିଳିନାହିଁ। ହେଲିକପ୍ଟରରେ ଥିବା ରାଷ୍ଟ୍ରପତି ଇବ୍ରାହିମ ରାଇସି ଓ ବୈଦେଶିକ ମନ୍ତ୍ରୀ ହୁସେନ୍ ଆମୀର ଅବଦୁଲ୍ଲାୟାନ୍, ପୂର୍ବ ଆଜେରବୈଇଜାନ ପ୍ରଦେଶର ରାଜ୍ୟପାଳ ମଲେକ ରହମାତି ଏବଂ ଧାର୍ମିକ ନେତା ମହମ୍ମଦ ଅଲିଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଉଛି।
    ସୂଚନାଯୋଗ୍ୟ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଆଜେରବୈଜାନରୁ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ରାଷ୍ଟ୍ରପତିଙ୍କ କନଭୟରେ ତିନୋଟି ହେଲିକପ୍ଟର ଅନ୍ତର୍ଭୁକ୍ତ ଥିଲା, ସେଥିମଧ୍ୟରୁ ଦୁଇଟି ସୁରକ୍ଷିତ ଭାବେ ଫେରିଥିଲେ। କିନ୍ତୁ ଯେଉଁ ହେଲିକପ୍ଟରରେ ରଇସି ରହିଥିଲେ ତାହା ଫେରିନଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ