Tuesday, October 6, 2026
25.1 C
Odisha

    ଇସ୍ରାଏଲ ବିରୋଧରେ ମୁସଲିମ ଜଗତ ଏକ ହୁଅ : ଆୟୋତୋଲ୍ଲା ଖାମେନି

    ଆଗକୁ ପଢନ୍ତୁ

    ତେହେରାନ : ମଧ୍ୟପୂର୍ବରେ ଚାଲିଥିବା ଉତ୍ତେଜନା ମଧ୍ୟରେ ତେହେରାନରେ ଶୁକ୍ରବାର ନମାଜ ସମୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଏକ ଭାଷଣ ଦେଇଛନ୍ତି, ଯେଉଁଥିରେ ସେ ପାଲେଷ୍ଟାଇନ୍ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଉପରେ କହିଛନ୍ତି। ସେ ହେଜବୁଲ୍ଲା ମୁଖ୍ୟ ହାସନ ନସରୁଲ୍ଲାକୁ ସହିଦ ବର୍ଣ୍ଣନା କରିବା ସହ ପାଲେଷ୍ଟାଇନ ପାଇଁ ଲଢ଼େଇକୁ ସମ୍ପୂର୍ଣ୍ଣ ବୈଧ ବୋଲି କହିଛନ୍ତି । ସେ କହିଛନ୍ତି ଯେ ପାଲେଷ୍ଟାଇନର ସେମାନଙ୍କ ଜମି ଫେରିପାଇବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ସେ ଇସଲାମିକ ଜଗତକୁ ଏକଜୁଟ ରହିବାକୁ ଆହ୍ୱାନ ଦେବା ସହ ଇରାନଠାରୁ ଆରମ୍ଭ କରି ଲେବାନନ ପର୍ଯ୍ୟନ୍ତ ମୁସଲମାନ ସମ୍ପ୍ରଦାୟ ଏକାଠି ହେବା ଉଚିତ । ଏପରି ହେଲେ ଇସ୍ରାଏଲ ଅଧିକ ଦିନ ତିଷ୍ଠି ପାରିବ ନାହିଁ ବୋଲି ବୋଲି ସେ କହିଛନ୍ତି।

    ଆୟାତୋଲ୍ଲା ଖାମେନି ଆମେରିକା ଏବଂ ଏହାର ସହଯୋଗୀଙ୍କ ନୀତିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ସେମାନଙ୍କ ଆଚରଣ ବିଶ୍ୱ ସ୍ୱାର୍ଥରେ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ଅକ୍ଟୋବର ୭ ରେ ପାଲେଷ୍ଟାଇନ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଯୁଦ୍ଧର ଏକ ଅଂଶ ଏବଂ ଏହାକୁ ଯୁକ୍ତିଯୁକ୍ତ ବୋଲି ବିବେଚନା କରାଯିବା ଉଚିତ୍। ଏଥିସହିତ ଇରାନ ସେନା ନେଇଥିବା ପଦକ୍ଷେପ ମଧ୍ୟ ବୈଧ ବୋଲି କୁହାଯାଉଛି। ଖାମେନି କହିଛନ୍ତି, ଆମେ ଆମ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୟ ପଦକ୍ଷେପ ନେବୁ ଏବଂ ପଛକୁ ହଟିବୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    75 %
    0.6kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ