Thursday, September 24, 2026
24 C
Odisha

    ଆଇଆରଡିଏଆଇ ଜାରି କଲା ନୂଆ ଗାଇଡଲାଇନ । ଏବେ ବୀମା ପଲିସି ସରେଣ୍ଡର କଲେ ମିଳିବ ଅଧିକ ଟଙ୍କା

    ଆଗକୁ ପଢନ୍ତୁ

    ବୀମା କ୍ଷେତ୍ରରେ ଏବେ ବିଶେଷ କିଛି ପରିବର୍ତନ କରାଯାଇଛି । ଲୋକଙ୍କ ଆବଶ୍ୟକତା ଓ ବୀମାଭୂକ୍ତ ବ୍ୟକ୍ତି କିଭଳି ଅଧିକ ଲାଭ ପାଇପାରିବ ତାହାକୁ ଦୃଷ୍ଟିରେ ରଖି ଭାରତୀୟ ବୀମା ବିକାଶ ପ୍ରାଧୀକରଣ କର୍ତ୍ତୃପକ୍ଷ ବୀମା ଆଇନରେ ପରିବର୍ତ୍ତନ ଆଣିଛନ୍ତି । ବିଶେଷ କରି ବୀମା ପଲିସି ଅବଧୀ ପୂର୍ବରୁ ସରେଣ୍ଡର ବା ସମର୍ପଣ କଲେ ଆଗରୁ ଯେଭଳି ଭାବେ ବୀମାକାରୀ ଯେଭଳି ମୂଳଜମାରୁ ସର୍ବଧିକ କ୍ଷତି ସହିଥାଏ ତାହାକୁ ନଜରରେ ରଖି ଆଇଆରଡିଏଆଇ ବଡ ପରିବର୍ତ୍ତନ କରିଛନ୍ତି । ଆଇଆରଡିଏଆଇର ନୂଆ ବିଜ୍ଞପ୍ତି ମୁତାବକ ଇନସୁରାନ୍ସ ରେଗୁଲାସନ ୨୦୨୪ର ୬ଟି ନିୟମକୁ ଏକ ୟୁନିଫଆଇଡ ଫ୍ରେମୱାର୍କ ସହ ମିଶାଇ ଦିଆ ଯାଇଛି। ଏହା ଦ୍ୱାରା ଦ୍ରୁତ ଗତିରେ ବିସ୍ତାର ଲାଭା କରୁଥିବା ଏହି ବୀମା ବିଭାଗ ସହଜରେ ମାର୍କେଟର ଆବଶ୍ୟକତା ଅନୁସାରେ କାର୍ୟ୍ୟ କରିବାକୁ ସକ୍ଷମ ହେବା ସହ ଲୋକ ମାନଙ୍କ ପାଖରେ ସହଜରେ ଉପଲବ୍ଧ ହେଇ ପାରିବ ।

    ମାର୍ଚ୍ଚ ମାସ ସୁଦ୍ଧା ଆର୍ଥିକ ବର୍ଷ ୨୦୨୩-୨୪ ଶେଷ ହୋଇ ଅପ୍ରେଲରେ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଅପ୍ରେଲ ପହିଲାରୁ ଏହି ସବୁ ନୂଆ ନିୟମ ଲାଗୁ ହେବା ସହ ସମସ୍ତ ବୀମା କମ୍ପାନୀ ଗୁଡିକ ସଠିକ ଭାବେ ନୂଆ ନିୟମ ପାଳନ କରିବା ନେଇ କଡା କଡି ଭାବେ ଯାଞ୍ଚ ହେବ।

    ଆଇଆରଡିଏଆଇ ର ନୂଆ ନିୟମ ଲାଗୁ ହେବା ସହ ପଲିସୀ ସରେଣ୍ଡର ଭ୍ୟାଲ୍ୟୁରେ ମଧ୍ୟ ପରିବର୍ତନ ହେବ। ବୀମା ଧାରକ ଯଦି ଚୂଡାନ୍ତ ସମୟ ଆଗରୁ ନିଜ ପଲିସୀ ବନ୍ଦ କରି ଥାଏ ତେବେ, ତାର ସରେଣ୍ଡର ମୂଲ୍ୟ ଜମା ମୂଲ୍ୟ ଠାରୁ ବହୁତ କମ୍ ଆସିଥାଏ । ମୂଳ ଜମାରୁ କଟିଥିବା ରାଶିକୁ ପଲିସୀ ସରେଣ୍ଡର ଚାର୍ଜ କୁହା ଯାଏ। ନୂଆ ରେଗୁଲେସନ ଅନୁଯାୟୀ ବୀମା ଧାରକ ଯଦି ଚତୁର୍ଥ କିମ୍ବା ସପ୍ତମ ବର୍ଷରେ ବୀମା ବନ୍ଦ କରିବା ପାଇଁ ଚାହିଁବ ତେବେ ସରେଣ୍ଡର ଭ୍ୟାଲ୍ୟୁ ଅଧିକ ରହିବ।

    ବୀମା କ୍ଷେତ୍ରରେ ଥିବା ସମସ୍ତ ନିୟମାବଳୀକୁ ଅନୁଧ୍ୟାନ କରିବା ପରେ ୧୯ ମାର୍ଚ୍ଚ ଏକ ଜରୁରୀ ବୈଠକରେ ଆଇଆରଡିଏଆଇ ୮ଟି ଆଲୋଚିତ ସିଦ୍ଧାନ୍ତ ଆଧାରରେ କନସୋଲିଡେଟଡ଼ ରେଗୁଲାସନ ଗୁଡିକୁ ମଂଜୁର କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    4.3kmh
    100 %
    Thu
    24 °
    Fri
    27 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ