Sunday, October 4, 2026
24.3 C
Odisha

    ହେଜବୁଲ୍ଲାର ଗୁଇନ୍ଦା ମୁଖ୍ୟାଳୟ ଉଡ଼ାଇଲା ଇସ୍ରାଏଲ

    ଆଗକୁ ପଢନ୍ତୁ

    ବେରୁତ/ଜେରୁଜେଲମ: ହେଜବୁଲ୍ଲାର ଅନେକ କମାଣ୍ଡରଙ୍କୁ ହତ୍ୟା କରିବା ପରେ ଇସ୍ରାଏଲ ଏବେ ଲେବାନନରେ ଥିବା ହେଜବୁଲ୍ଲା ଗୁଇନ୍ଦା ମୁଖ୍ୟାଳୟକୁ ଉଡ଼ାଇ ଦେଇଛି। ଦକ୍ଷିଣ ଲେବାନନରେ ଇସ୍ରାଏଲ ସେନାର ଏହି ଆକ୍ରମଣରେ ଅତି କମରେ ୨୫୦ ଲୋକ ପ୍ରାଣ ହରାଇଛନ୍ତି । ଯାହା ଇରାନକୁ ଚିନ୍ତାରେ ପକାଇଦେଇଛି। ଇରାନ କହିଛି ଯେ ସେ ଏବେ ପଛକୁ ହଟିବ ନାହିଁ। ଇସ୍ରାଏଲ ସେନାଶୁକ୍ରବାର ବେରୁତସ୍ଥିତ ହିଜବୁଲ୍ଲାର ଗୁଇନ୍ଦା ମୁଖ୍ୟାଳୟକୁ ଟାର୍ଗେଟ କରିଛି। ଫଳରେ ତାହା ଧ୍ବଂସ ହୋଇଯାଇଛି । ଏହା ସହ ଏହି ଆତଙ୍କବାଦୀ ସଂଗଠନର ଶୀର୍ଷ କମାଣ୍ଡରମାନଙ୍କୁ ଟାର୍ଗେଟ କରାଯାଇଥିଲା । ହିଜବୁଲ୍ଲା ଆତଙ୍କବାଦୀମାନେ ଏକ ହସ୍ପିଟାଲକୁ କମାଣ୍ଡ ସେଣ୍ଟର ଭାବେ ବ୍ୟବହାର କରୁଥିଲେ। ତାହା ମଧ୍ୟ ଆକ୍ରମଣରେ ଭାଙ୍ଗି ଯାଇଛି। ଇରାନର ସର୍ବୋଚ୍ଚ ନେତା ଅଲ୍ଲୀ ଖାମେନି କହିଛନ୍ତି ଯେ ଏହି ଆକ୍ରମଣ ତେହେରାନ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ। ଏବେ ସେ କୌଣସି ମୂଲ୍ୟରେ ପଛଘୁଞ୍ଚା ଦେବେ ନାହିଁ।

    ଶନିବାର ଇସ୍ରାଏଲ ସେନା ବେରୁତର ଦକ୍ଷିଣାଞ୍ଚଳ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଶନିବାର ସକାଳେ ବେରୁତର ଦକ୍ଷିଣ ଉପକଣ୍ଠରେ ଏକ ବିସ୍ଫୋରଣ ଏବଂ ଧୂଆଁ ଦେଖିବାକୁ ମିଳିଥିଲା। ଏହି ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ସ୍ଥାନୀୟ ବାସିନ୍ଦାଙ୍କୁ ତୁରନ୍ତ ଖାଲି କରିବା ପାଇଁ ତିନୋଟି ସତର୍କ ସୂଚନା ଜାରି କରିଥିଲା। ଶନିବାର ସକାଳେ ହେଜବୁଲ୍ଲା କହିଛି ଯେ ଇସ୍ରାଏଲ ସେନା ଲେବାନନର ଦକ୍ଷିଣ ସହର ଓଡାଇସିହରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି, ଯେଉଁଠାରେ ହେଜବୁଲ୍ଲା ସୈନିକଙ୍କ ସହ ଲଢ଼େଇ ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ