Sunday, October 4, 2026
24.3 C
Odisha

    ପାଲଟା ଆକ୍ରମଣ କଲା ଇସ୍ରାଏଲ: ହେଜବୁଲ୍ଲା ଉପରେ ୧୦୦ ରୁ ଅଧିକ ରକେଟ ମାଡ଼

    ଆଗକୁ ପଢନ୍ତୁ

    ଜେରୁଜେଲମ୍: ହେଜବୁଲ୍ଲାକୁ ଶାସ୍ତି ଦେବାକୁ   ଇସ୍ରାଏଲ୍ ଯୋଜନା କରିଛି। ଇସ୍ରାଏଲର ସୈନ୍ୟବାହିନୀ ଲେବାନନର ଲୋକଙ୍କୁ ତୁରନ୍ତ ହେଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଅସ୍ତ୍ରଶସ୍ତ୍ର ରଖିଥିବା ଘର ଏବଂ କୋଠାକୁ ଖାଲି କରିବାକୁ କହିଛନ୍ତି।ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ବ୍ୟାପକ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିବାକୁ ଇସ୍ରାଏଲ କହିଛି। ସୀମାରେ ପ୍ରାୟ ଏକ ବର୍ଷର ବିବାଦ ଏବଂ ରବିବାର ଦିନ ପ୍ରବଳ ରକେଟ ମାଡ଼ ପରେ ଇସ୍ରାଏଲ ପାଲଟା ଆକ୍ରମଣ କରିଛି। ୧୦୦ରୁ ଅଧିକ ରକେଟ ହେଜବୁଲ୍ଲା ଶିବିର ଉପରେ ମାଡ଼ କରାଯାଇଛି।

    ଇସ୍ରାଏଲର ଉତ୍ତର ଅଞ୍ଚଳକୁ ଟାର୍ଗେଟ କରି ହେଜବୁଲ୍ଲା ୧୦୦ରୁ ଅଧିକ ରକେଟ୍ ମାଡ଼ କରିବା ସହିତ ଡ୍ରୋନ୍‌ରୁ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଏବଂ ପ୍ରତିପକ୍ଷ ଆକ୍ରମଣ ଏକ ବଡ଼ ଯୁଦ୍ଧସ୍ଥିତି ସୃଷ୍ଟି କରିଛି। ଇସ୍ରାଏଲ୍ ଗାଜାରେ ପାଲେଷ୍ଟାଇନ ହମାସ ସହିତ ଲଢ଼େଇ ଜାରି ରଖିଛି ଏବଂ ଅକ୍ଟୋବର ୭ ଆକ୍ରମଣରେ ନିଆଯାଇଥିବା ବହୁ ବନ୍ଧକଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି।

    ଇରାନ ସମର୍ଥିତ ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀ ହମାସ ଏବଂ ପାଲେଷ୍ଟାଇନୀୟମାନଙ୍କ ସହ ମିଳିତ ଭାବରେ ହେଜବୁଲ୍ଲା  ନିଜର ଆକ୍ରମଣ ଜାରି ରଖିଛି। ଇସ୍ରାଏଲର ଜଣେ ସାମରିକ ଅଧିକାରୀ କହିଛନ୍ତି ଯେ ଇସ୍ରାଏଲ ବାୟୁ ଅପରେସନ ଉପରେ ଧ୍ୟାନ ଦେଇଥିଲା ଏବଂ ଗ୍ରାଉଣ୍ଡ ଆକ୍ରମଣ ପାଇଁ ତୁରନ୍ତ ଯୋଜନା ନ ଥିଲା। ଅଧିକାରୀ କହିଛନ୍ତି ଯେ ଇସ୍ରାଏଲ ଉପରେ ଅଧିକ ଆକ୍ରମଣ ନ କରିବା ପାଇଁ ହେଜବୁଲ୍ଲା ଉପରେ ଜୋରଦାର୍ ଏୟାର ଷ୍ଟ୍ରାଇକ୍ କରାଯାଉଛି। ଏହା ଦ୍ବାରା ହେଜବୁଲ୍ଳାର ଶକ୍ତିକୁ ହ୍ରାସ ପାଇବ।

    ଇସ୍ରାଏଲର ଆଦେଶ ଦ୍ୱାରା କେତେ ଲୋକ ପ୍ରଭାବିତ ହୋଇଥିଲେ ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ସୀମାର ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିଦିନ ଗୁଳି ବିନିମୟ ଘଟୁଥିବା କୁହାଯାଉଛି।  ହେଜବୁଲ୍ଲା ଲୁକ୍କାୟିତ ରକେଟ୍ ଲଞ୍ଚର୍ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସହିତ ଏକ ଆତଙ୍କବାଦୀ ବେସ୍‌ ପରିଣତ କରିଥିବା ଇସ୍ରାଏଲ୍ ଅଭିଯୋଗ କରିଛି। ଇସ୍ରାଏଲ ପୁଣିଥରେ ଦକ୍ଷିଣ ଲେବାନନରେ ଆକ୍ରମଣ ଆରମ୍ଭ କରିଛି। ଏଥିପାଇଁ ସୋମବାର ଚେତାବନୀ ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ