ସରକାରୀ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ମଧ୍ୟପ୍ରଦେଶ ଷ୍ଟାପ୍ ସିଲେକ୍ସନ ବୋର୍ଡ ୧୧୨୦ଟି ITIଟ୍ରେନିଂ ଅଫିସର ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛନ୍ତି । ଏହି ନିଯୁକ୍ତି ରାଜ୍ୟରେ ଭିନ୍ନ ଭିନ୍ନ ITI ସଂସ୍ଥାରେ କରାଯିବ । ଅନଲାଇନ୍ ମାଧ୍ୟମରେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୧୨୦
ଶିକ୍ଷାଗତ ଯୋଗ୍ୟତା : ଏହି ନିଯୁକ୍ତି ଭର୍ତ୍ତି ପାଇଁ ଆବେଦନକାରୀ ୧୦ମ ପାସ୍ କରିଥିବା ନିତ୍ୟାନ୍ତ ଜରୁରୀ । ଏଥିସହିତ ସମ୍ବନ୍ଧିତ ଟ୍ରେଡରେ ITI ସାର୍ଟିଫିକେଟ୍ ଥିବା ଆବଶ୍ୟକ । କିଛି ପଦବୀ ପାଇଁ ଡିପ୍ଲୋମା ଏବଂ ଇଞ୍ଜିନିୟରିଂ ଡିଗ୍ରୀର ମଧ୍ୟ ଆବଶ୍ୟକତା ରହିଛି ।
ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ଼ କରାଯିବ । SC,ST,OBC ଏବଂ ମହିଳା ବର୍ଗର ପ୍ରାର୍ଥୀଙ୍କ ପାଇଁ ୪୫ ବର୍ଷ ବୟସ ସୀମା ଧାର୍ଯ୍ୟ କରାଯାଇଛି ।
ଚୟନ ପ୍ରକ୍ରିୟା : MPESB ITI ତାଲିମ ଅଧିକାରୀ ନିଯୁକ୍ତି ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT) ମାଧ୍ୟମରେ ଚୟନ କରାଯିବ। ପରୀକ୍ଷାଟି ଅବଜେକ୍ଟିଭ୍ ଆଧାରରେ ହେବ । ମନୋନୀତ ପ୍ରାର୍ଥୀଙ୍କୁ ଡକାଯାଇ ଡକ୍ୟୁମେଣ୍ଟ ଭେରିଫିକେସନ୍ କରାଯିବ । ମେରିଟ୍ ଲିଷ୍ଟ ଆଧାରରେ ଶେଷରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
ଦରମା : ମନୋନୀତ ପ୍ରାର୍ଥୀମାନେ ତାଲିମ ଅଧିକାରୀ ପଦବୀ ପାଇଁ ପ୍ରତି ମାସରେ ୩୨,୮୦୦ ରୁ ୧୦,୩୬୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ । ଏଥିସହ ମନୋନୀତ ପ୍ରାର୍ଥୀ ମହଙ୍ଗା ଭତ୍ତା, HRA ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ପାଇପାରିବେ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ନିଯୁକ୍ତି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ରେଜିଷ୍ଟ୍ରେସନ୍ ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ଏବଂ ଫର୍ମ ସବମିଟ୍ କରନ୍ତୁ ।

