Sunday, September 8, 2024
24.3 C
Odisha

    ଭଜା ଚଣା ଏବଂ ଗୁଡ ଖାଇବା ବେଶ୍‌ ଲାଭଦାୟକ, ଡାଇବେଟିସ୍‌ ରୋଗୀ ମଧ୍ୟ ଡାଏଟ୍‌ରେ କରିପାରିବେ ସାମିଲ

    ଆଗକୁ ପଢନ୍ତୁ

    ଭଜା ଚଣା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଚଣା, ଫାଇବରରେ ଭରପୂର, ଅନେକ ସମସ୍ୟାରେ ପ୍ରଭାବଶାଳୀ । କିନ୍ତୁ, ଯଦି ଆପଣ ଏହାକୁ ଗୁଡ ସହିତ ଖାଆନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଆହୁରି ନେକ ଲାଭ ଯୋଗାଇବ । ଆପଣ ନିଶ୍ଚୟ ଦେଖିଥିବେ ଅନେକ ଲୋକ ଚଣା ଏବଂ ଗୁଡ ଖାଇଥାନ୍ତି । ବାସ୍ତବରେ, ଏହି ଦୁଇଟିର ମିଶ୍ରଣ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପ୍ରଭାବଶାଳୀ ହୋଇଥାଏ । ଭଜା ହୋଇଥିବା ଚଣାରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫାଇବର ଏବଂ ଭିଟାମିନ୍ B ଅନ୍ତର୍ଭୁକ୍ତ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ଯାହା ଶରୀରର ଫୁଲାକୁ କମ୍‌ କରିବାରେ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ସେହିପରି ଗୁଡରେ ଆଇରନ୍‌, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ଭରପୂର ରହିଥାଏ । ଯାହା ଅନେକ ସ୍ୱାସ୍ଥ୍ୟ ଉପକାର ଯୋଗାଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ଦୁଇଟି ଜିନିଷକୁ ଏକାଠି ମିଶାଇ ଖାଇବା ଦ୍ୱାରା କ’ଣ ଲାଭ ମିଳିଥାଏ ।

    ଗୁଡ ଏବଂ ଚଣା ଖାଇବା ଦ୍ୱାରା ଆପଣଙ୍କୁ ଏହି ଲାଭ ମିଳିବ :
    ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରି : ଚଣା ଖାଇବା ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ଯଦି ସେମାନେ କେବେ ମିଠା ଖାଇବା ପାଇଁ ଇଛା କରନ୍ତି, ତେବେ ସେମାନେ ଚଣା ସହିତ ଗୁଡ ଖାଇପାରନ୍ତି । ତେବେ ଡାଇବେଟିସ୍‌ ରୋଗୀମାନେ ଅଳ୍ପ ପରିମାଣରେ ଏବଂ ବେଳେବେଳେ ଗୁଡ ଖାଇବାରେ କୌଣସି କ୍ଷତି ହୋଇନଥାଏ ।

    ଶରୀରକୁ ଶକ୍ତି ପ୍ରଦାନ କରେ : ଯଦି ଆପଣ ଲୋ ଫିଲ୍‌ କିମ୍ବା ଅଳସୁଆ ଅନୁଭବ କରୁଛନ୍ତି ତେବେ ଗୁଡ ଏବଂ ଚଣା ଖାଆନ୍ତୁ । ଚଣାରେ ଥିବା କାର୍ବୋହାଇଡ୍ରେଟ୍ ଗୁଣ ଆପଣଙ୍କୁ ତତକ୍ଷଣାତ୍ ଶକ୍ତି ଯୋଗାଇଥାଏ ।

    ହାଡକୁ ମଜ୍‌ବୁତ କରିଥାଏ : ଭଜା ଚଣା ଏବଂ ଗୁଡରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ, ଯାହା ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଉଭୟ ଜିନିଷରେ କ୍ୟାଲସିୟମ୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ହାଡକୁ ମଜ୍‌ବୁତ କରିଥାଏ ।

    ଓଜନ ନିୟନ୍ତ୍ରଣ କରିଥାଏ : ଯଦି ଆପଣଙ୍କର ଓଜନ ଅଧିକ ବଢିବାରେ ଲାଗିଛି, ତେବେ ଆପଣଙ୍କ ଖାଦ୍ୟରେ ଗୁଡ ଏବଂ ଭଜା ଚଣା ଅନ୍ତର୍ଭୁକ୍ତ କରନ୍ତୁ । ଏହି ଦୁଇଟିରେ ହାଇ ଫାଇବର ଏବଂ ପ୍ରୋଟିନ୍ ଥାଏ, ଯାହା ଓଜନ କମ୍‌ କରିବାରେ ସହାୟକ ହୋଇଥାଏ ।

    ଷ୍ଟ୍ରେସ୍‌କୁ ଦୂର କରେ : ଗୁଡ ଏବଂ ଭଜା ଚଣା ଏକାଠି ଖାଇବା ଦ୍ୱାରା ଷ୍ଟ୍ରେସ୍‌ ମଧ୍ୟ କମିଯାଏ । ବାସ୍ତବରେ, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଉଭୟରେ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଷ୍ଟ୍ରେସ୍‌କୁ କମ୍‌ କରିବାରେ ସାହାଯ୍ୟ କରିଥାଏ ।

    କାଶ ଏବଂ ଥଣ୍ଡା ପାଇଁ ଲାଭଦାୟକ : ଗୁଡ ଏବଂ ଭଜା ଚଣା କାଶ ଏବଂ ଥଣ୍ଡାର ଲକ୍ଷଣରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ଗୁଡରେ ଅଧିକ ପରିମାଣର ଫାଇବର ଥିବାରୁ ଏହା ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।

    ଜାଣନ୍ତୁ ଏହି ଦୁଇଟି ଜିନିଷକୁ କେତେବେଳେ ଖାଇବେ :
    ତେବେ ସନ୍ଧ୍ୟାରେ ଜଳଖିଆ ଖାଇବା ସମୟରେ ଆପଣ ଗୁଡ ଏବଂ ଭଜା ଚଣା ଖାଇପାରିବେ । ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଛନ୍ତି, ତେବେ ଆପଣ ଏହାକୁ ସକାଳେ ଖାଇପାରିବେ । ଏହି ସବୁ ସମସ୍ୟାରେ ଆପଣ ଗୁଡ ଏବଂ ଚଣା ଖାଇପାରିବେ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲଭଦାୟକ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    91 %
    0.9kmh
    87 %
    Sun
    29 °
    Mon
    30 °
    Tue
    27 °
    Wed
    29 °
    Thu
    30 °

    ସମ୍ବନ୍ଧିତ