Wednesday, October 7, 2026
22.1 C
Odisha

    ଛାତ୍ରଙ୍କ ସହ ଯୌନ ସମ୍ପର୍କ: ଶିକ୍ଷୟିତ୍ରୀଙ୍କୁ ଆଜୀବନ ଜେଲ

    ଆଗକୁ ପଢନ୍ତୁ

    ଆମେରିକାର ଆର୍କାନ୍‌ସାସ୍‌ ଠାରେ ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀ, ଏକାଧିକବାର ନିଜର ଜଣେ ଛାତ୍ର ସହ ଯୌନ କାର୍ଯ୍ୟକଳାପରେ ଲିପ୍ତ ରହି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। କାଉନସେଲିଂ କରିବା ବାହାନାରେ ସେ ନିଜର ଜଣେ ୧୭ ବର୍ଷୀୟ ଛାତ୍ର ସହ ଯୌନ ସମ୍ପର୍କ ରଖିଥିଲେ। ସୂଚନା ଅନୁଯାୟୀ ଆର୍କାନ୍‌ସାସ୍‌ ସ୍ଥିତ ବ୍ରାଏଁଟ ହାଇସ୍କୁଲର ହିଦର୍‌ ହରେ ନାମକ ଜଣେ ଶିକ୍ଷୟିତ୍ରୀ ସାମାଜିକ ଗଣମାଧ୍ୟମ ଇଷ୍ଟାଗ୍ରାମ ଓ ସ୍ନାପ୍‌ଚାଟ୍‌ ମାଧ୍ୟମରେ ଅଶ୍ଲୀଳ ମେସେଜ କରୁଥିବା ଅଭିଯୋଗ କରିଥିଲେ ଜଣେ ନାବାଳକ ଛାତ୍ର। ଯେତେବେଳେ ଛାତ୍ର ଜଣଙ୍କ ସାମ୍‌ନାକୁ ଆସି ନିଜ ବିରୋଧରେ ହୋଇଥିବା ଦୁର୍ବ୍ୟବହାର ନେଇ ଏତଲା ଦେଇଥିଲେ ସେତେବେଳେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ସହ ଶିକ୍ଷୟିତ୍ରୀ ହରେ ଗିରଫ ହୋଇଥିଲେ। ୨୦୨୧ରୁ ୨୦୨୨ ମଧ୍ୟରେ ହରେ ପ୍ରାୟ ୨୦ରୁ ୩୦ ଥର ତାଙ୍କ ସହ ଯୌନ କାର୍ଯ୍ୟକଳାପରେ ନିୟୋଜିତ ଥିବା ଏହି ଛାତ୍ର ଜଣଙ୍କ ସୂଚନା ଦେଇଛନ୍ତି। ଏହି ସବୁ ଯୌନ କାର୍ଯ୍ୟକଳାପ ହରେ ନିଜ ବାସଭବନ, ନିଜ ଚାରିଚକିଆ ଯାନ ଓ କ୍ନାସ୍‌ରୁମ୍‌ ଆଦିରେ କରିଥିବା ଅଭିଯୋଗ କରିଛନ୍ତି ଉକ୍ତ ନାବାଳକ ଛାତ୍ର। ବିବାହିତା ଥିବା ଏହି ଶିକ୍ଷୟିତ୍ରୀ ଜଣଙ୍କ ପୋଲିସ ସାମ୍‌ନାରେ ନିଜର ଦୋଷ ସ୍ବୀକାର କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ