Tuesday, March 31, 2026
28.1 C
Odisha

    ଜନ ସୁରାଜ ବିଧାନସଭା ନିର୍ବାଚନ ଜିତିବ: ​​ପିକେଙ୍କ ବଡ଼ ଦାବି

    ଆଗକୁ ପଢନ୍ତୁ

    ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ଣତା ବୃଦ୍ଧି ହୋବ ଆରମ୍ଭ କରିଛି। ଗୋଟିଏ ପଟେ ଏନଡିଏ ମେଣ୍ଟ ଆସନ୍ତା ବିଧାନସଭା ନିର୍ବାଚନରେ ​​ବିଜୟ ଦାବି କରୁଛି। ଅପରପକ୍ଷରେ ପ୍ରଶାନ୍ତ କିଶୋର(ପିକେ)ଙ୍କ ଦଳ ଜନ ସୁରାଜ ମଇଦାନରେ ଏନଡିଏ ମେଣ୍ଟକୁ ଖୋଲା ଚ୍ୟାଲେଞ୍ଜ ଦେଉଛି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋର ଆରଜେଡିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଗତ ୩୦ବର୍ଷ ଧରି ଆରଜେଡି ଲୋକମାନେ ମୁସଲମାନମାନଙ୍କର ଶୁଭଚିନ୍ତକ ବୋଲି ଦାବି କରିଆସୁଛନ୍ତି। ଆଜି ମୁଁ ସେମାନଙ୍କୁ ଏକ ଖୋଲା ଚ୍ୟାଲେଞ୍ଜ ଦେଉଛି ଯେ ଯଦି ଆପଣଙ୍କର ସାହସ ଅଛି, ତେବେ ଜନସଂଖ୍ୟା ଅନୁଯାୟୀ ମୁସଲମାନଙ୍କୁ ଟିକେଟ୍ ଦେଇ ଦେଖାନ୍ତୁ।

    ଯଦି ଆରଜେଡି ସେଭଳି କରେ ତେବେ ଆମେ ଆମର ପ୍ରାର୍ଥୀଙ୍କୁ ସେହି ଆସନରେ ଛିଡ଼ା କରାଇବୁ ନାହିଁ। ସେ କହିଛନ୍ତି ଯେ ଆମେ ଆରଜେଡି ସହିତ ପ୍ରତିଦ୍ୱନ୍ଦ୍ୱିତା କରୁନାହୁଁ। ଆମର ପ୍ରତ୍ୟକ୍ଷ ଲଢ଼େଇ ଏନଡିଏ ମେଣ୍ଟ ସହିତ ହେବ।
    ୨୦୨୫ ମସିହାରେ ଜନ ସୁରାଜର ସରକାର ରାଜ୍ୟରେ ଗଠନ ହେବ ବୋଲି ସେ ଦାବି କରିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ସେ କହିଛନ୍ତି ଯେ ଯଦି ଆମେ ଲୋକସଭା ନିର୍ବାଚନର ଫଳାଫଳକୁ ଦେଖିବା ତେବେ ୧୭୬ଟି ଆସନରେ ଏନଡିଏ ଆଗରେ ରହିଛି। ଆରଜେଡି କୌଣସି ସ୍ଥାନରେ ନାହିଁ, କେହି ତାଙ୍କୁ ପଚାରୁ ନାହାଁନ୍ତି ।

    ପ୍ରଶାନ୍ତ କିଶୋର ଆରଜେଡିଙ୍କୁ ଟାର୍ଗେଟ କରି ଅଭିଯୋଗ କରିଛନ୍ତି ଯେ ଦଳ କେବଳ ମୁସଲମାନମାନଙ୍କୁ ଏକ ଭୋଟ୍ ବ୍ୟାଙ୍କ ଭାବରେ ବ୍ୟବହାର କରୁଛି। କିନ୍ତୁ ଏବେ ମୁସଲମାନ ଭୋଟର ସବୁ ବୁଝି ପାରିଛନ୍ତି। ସେମାନେ ଏହାର ଜବାବ ଦେବେ।

    ବିଜେପିର କୁମ୍ଭୀର କାନ୍ଦଣା ପ୍ରତି ରାଜ୍ୟର ଜନସାଧାରଣ ଭଲଭାବେ ଅବଗତ ଅଛନ୍ତି। କେବଳ କ୍ଷମତାରେ ରହିବା ପାଇଁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ସମସ୍ତଙ୍କୁ ଭୁ୍ଆଁ ଭୁଲାଉଛନ୍ତି। ତାଙ୍କର ଲୋଭନୀୟ ପ୍ରତିଶ୍ରୁତି ଯୋଗୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେବଳ କାଠକଣ୍ଢେଇ ପାଲଟିଛନ୍ତି।
    ଅପରପକ୍ଷରେ ବିରୋଧୀ ତେଜସ୍ବୀ ଯାଦବ ରାଜ୍ୟର ଜନସାଧାରଣଙ୍କର ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛନ୍ତି। ମିଛ କଥା କହି ଲୋକଙ୍କୁ ବିଭ୍ରାନ୍ତ କରିବାରେ ସେ ବ୍ୟସ୍ତ ଅଛନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    42 %
    2kmh
    93 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ