Wednesday, October 7, 2026
30.3 C
Odisha

    ବିଶ୍ବର ପଞ୍ଚମ ଦେଶ ଭାବେ ଚନ୍ଦ୍ରରେ ପହଞ୍ଚିଲା ଜାପାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଜାପାନକୁ ବଡ଼ ସଫଳତା ମିଳିଛି। ଆମେରିକା, ରୁଷ୍‌, ଚୀନ୍‌ ଏବଂ ଭାରତ ପରେ ବିଶ୍ବର ପଞ୍ଚମ ଦେଶ ଭାବେ ଜାପାନ ଚନ୍ଦ୍ରରେ ପହଞ୍ଚିଛି। ମହାକାଶ ଯାନ ‘ମୁନ୍‌ ସ୍ନାଇପର’ର ଲ୍ୟାଣ୍ଡର (ସ୍ଲିମ୍‌) ଶୁକ୍ରବାର ରାତିରେ ଚନ୍ଦ୍ରପୃଷ୍ଠରେ ସହଜରେ (ସଫ୍ଟ ଲ୍ୟାଣ୍ଡିଂ) ଅବତରଣ କରିଛି। ଏହାକୁ ନେଇ ବୈଜ୍ଞାନିକମାନେ ଉତ୍ସବ ମନାଉଛନ୍ତି। ସମସ୍ତେ ସ୍ଲିମ୍‌ର ସିଗ୍‌ନାଲକୁ ଅପେକ୍ଷା କରିଛନ୍ତି। ଲ୍ୟାଣ୍ଡର ଶହେ ମିଟର ଉଚ୍ଚରୁ ଧାର୍ଯ୍ୟ ସ୍ଥାନରେ ଅବତରଣ କରିଥିଲେ। ତେବେ ସ୍ଲିମ୍‌ ସଠିକ୍‌ ସ୍ଥାନରେ ଅବତରଣ କରିଛି କି ନାହିଁ ତାହା ଜାଣିବା ଲାଗି ମାସେ ସମୟ ଲାଗିବ ବୋଲି ଜାପାନ ମହାକାଶ ଏଜେନ୍ସି ଜାକ୍ସା ପକ୍ଷରୁ କୁହାଯାଇଛି। ସ୍ନାଇପର ଡିସେମ୍ବର ୨୫ ତାରିଖରେ ଚନ୍ଦ୍ର କକ୍ଷରେ ପହଞ୍ଚି ଥିଲା। ଏହି ଯାନରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ରାଡାର ସହିତ ଯାଇଥିବା ସ୍ଲିମ୍‌ ଲ୍ୟାଣ୍ଡର ଚନ୍ଦ୍ରର ଭୂମଧ୍ୟ ରେଖାରେ ଅବତରଣ କରିଛି। ଏହି ଯାନ ଚନ୍ଦ୍ରରେ ଥିବା ଖାଲ ଉପରେ ଅଧ୍ୟୟନ କରିବ। ବୈଜ୍ଞାନିକଙ୍କ ଅନୁଯାୟୀ ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁଁ ଚନ୍ଦ୍ରରେ ଏହି ଖାଲ ସୃଷ୍ଟି ହୋଇଥିଲା। ଚନ୍ଦ୍ରର ଗଠନ ବିଷୟରେ ମଧ୍ୟ ସ୍ନାଇପର ଯାଞ୍ଚ କରିବ। ଏହା ଖଣିଜ ଦ୍ରବ୍ୟ ଅନୁସନ୍ଧାନ କରି ପୃଷ୍ଠରେ ଥିବା ପଦାର୍ଥର ସୂଚନା ଦେବ। ଜାପାନ ଏହି ଅଭିଯାନ ପାଇଁ ପ୍ରାୟ ୧୦୨ ମିଲିୟନ ଡଲାର ଖର୍ଚ୍ଚ କରିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ