Sunday, September 13, 2026
24 C
Odisha

    ମମତାଙ୍କୁ ବଡ ଝଟକା: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଜବାହାର ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲରେ ଘଟିଥିବା ଘଟଣା ପାଇଁ ଏବେ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା ସୁଅ ଛୁଟିଥିବାବେଳେ ଆଜି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ବଡ ଝଟକା ଲାଗିଛି | ବାସ୍ତବରେ ଏହି ଘଟଣାକୁ ବିରୋଧ କରି ଟିଏମସି ରାଜ୍ୟସଭା ସାଂସଦ ଜବାହର ସରକାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଆର.ଜି କର ହସ୍ପିଟାଲରେ ଘଟିଥିବା ଅତ୍ୟାଚାରକୁ ନେଇ ସରକାର ତୁରନ୍ତ କିଛି ବଡ ପଦକ୍ଷେପ ନେବେ ବୋଲି ସେ ଆଶା କରିଥିଲେ।

    ସେ ଭାବୁଥିଲେ ଯେ ପୁରୁଣା ମମତା ବାନାର୍ଜୀଙ୍କ ଭଳି ନିଷ୍ପତ୍ତି ନେବେ। କିନ୍ତୁ ସେ କୌଣସି ଠୋସ୍ ପଦକ୍ଷେପ ନେଇ ନାହାଁନ୍ତି। ବର୍ତ୍ତମାନ ସେ ଯାହା ପଦକ୍ଷେପ ନେଇଛନ୍ତି, ତାହା ବହୁତ ବିଳମ୍ବ ହୋଇସାରିଛି | ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି, ‘ଆର.ଜି କର ହସ୍ପିଟାଲରେ ଘଟିଥିବା ଭୟଙ୍କର ଘଟଣା ପରେ ମୁଁ ଅତ୍ୟନ୍ତ ଦୁଃଖିତ ।
    ମୁଁ ଭାବୁଥିଲି ଯେ ମମତା ବାନାର୍ଜୀ ଏହି ଘଟଣାରେ ତାଙ୍କ ପୁରୁଣା ଢଙ୍ଗରେ ହସ୍ତକ୍ଷେପ କରିବେ, କିନ୍ତୁ ତାହା ହୋଇପାରିଲା ନାହିଁ। ‘ ଉଲ୍ଲେଖ ଥାଉ କି ତୃଣମୂଳ କଂଗ୍ରେସ ଅଗଷ୍ଟ ୨୦୨୧ ରେ ଜବାହାର ସରକାରଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତାଙ୍କର କାର୍ଯ୍ୟକାଳ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଥିଲା। ପଶ୍ଚିମବଙ୍ଗରେ ୧୬ଟି ରାଜ୍ୟସଭା ଆସନ ଅଛି। ଏଥିରେ ଟିଏମସି ହାତରେ ୧୩ଟି, ବିଜେପି ହାତରେ ୨ଟି, କଂଗ୍ରେସ ଏବଂ ସିପିଆଇ (ଏମ) ହାତରେ ଗୋଟିଏ ଗୋଟିଏ ଆସନ ରହିଛି। ଜବାହର ସରକାରଙ୍କ ଇସ୍ତଫା ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    94 %
    1.1kmh
    65 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ