Saturday, July 27, 2024
24.8 C
Odisha

    ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପଇ ସୋରେନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ( JMM)ର ବିଧାୟକ ଦଳ ନେତା ଚମ୍ପଇ ସୋରେନ ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶୁକ୍ରବାର ରାଜଭବନରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ଦଳ ନେତା ହେଉଛନ୍ତି ୬୨ ବର୍ଷୀୟ ଚମ୍ପଇ ସୋରେନ। ୨୦୦୫ ମସିହାରୁ କ୍ରମାଗତ ଭାବେ ଚମ୍ପଇ ସୋରେନ ୪ ଥର ବିଧାୟକ ଭାବେ ଜିତିଛନ୍ତି । ୩ ଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ହେମନ୍ତ ସୋରେନଙ୍କ ମନ୍ତ୍ରୀମଣ୍ଡଳରେ ଚମ୍ପଇ ସୋରେନ ପରିବହନ, ପଛୁଆ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିଲେ । ୨୦୦୫ ମସିହାରେ ପ୍ରଥମ ଥର ପାଇଁ ସରାୟକେଲା ଆସନରୁ ଚମ୍ପାଇ ସୋରେନ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ