Friday, March 6, 2026
32.2 C
Odisha

    ଧରାପଡ଼ିଲା ‘ନିଃସନ୍ତାନ ମହିଳାଙ୍କୁ ଅନ୍ତଃସତ୍ତ୍ବା କରାଇବା ପାଇଁ ପୁରସ୍କାର’ ଦୁର୍ନୀତି: ୮ ଗିରଫ

    ଆଗକୁ ପଢନ୍ତୁ

    ନୱାଦା: ସ୍ବାମୀଙ୍କଦ୍ବାରା ଗର୍ଭଧାରଣ କରିପାରୁ ନ ଥିବା ମହିଳାମାନଙ୍କୁ ଅନ୍ତଃସତ୍ତ୍ବା କରିବାକୁ ମୋଟା ଅଙ୍କର ପୁରସ୍କାର ଥିବା କାମ ମିଳିବ ବୋଲି ଲୋକମାନଙ୍କୁ ପ୍ରଲୋଭିତ କରି ଠକୁଥିବା ବିହାରର ନୱାଦା ଜିଲ୍ଲାରେ ଏକ ଗ୍ୟାଙ୍ଗ୍‌ର ୮ଜଣଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି।ଏହି ଗ୍ୟାଙ୍ଗ୍‌ ଚଳାଉଥିବା ସଂସ୍ଥାର ନାଁ ‘ଅଲ୍‌ ଇଣ୍ଡିଆ ପ୍ରେଗ୍‌ନାଣ୍ଟ୍‌ ଜବ୍‌ ଏଜେନ୍‌ସି’। କାମ ହେଲା ମୋଟା ଅଙ୍କର ଅର୍ଥ ବିନିମୟରେ ନିଃସନ୍ତାନ ମହିଳାମାନଙ୍କୁ ଅନ୍ତଃସତ୍ତ୍ବା କରାଇବା। ଏଭଳି କୌଣସି ମହିଳାଙ୍କୁ ଅନ୍ତଃସତ୍ତ୍ବା କରି ପାରିଲେ ୧୩ ଲକ୍ଷ ଟଙ୍କା ମିଳିବ କହି ଏହି ସଂସ୍ଥାରେ ପଞ୍ଜୀକରଣ ଫିସ୍‌ ବାବଦକୁ ଲୋଭାତୁର ନିର୍ବୋଧ ବ୍ୟକ୍ତିମାନଙ୍କଠାରୁ ୭୯୯ ଟଙ୍କା ନେଉଥିଲାସାଧାରଣତଃ ‘ହ୍ବାଟସ୍‌ଆପ୍‌’ ନମ୍ବର ଜରିଆରେ ଏହି ଧରଣର ଲୋକମାନଙ୍କୁ ଟାର୍ଗେଟ୍‌ କରାଯାଉଥିଲା। ପଞ୍ଜୀକରଣ ପରେ ‘ସିକ୍ୟୁରିଟି ଡିପୋଜିଟ୍‌’ ବାବଦକୁ ସେମାନଙ୍କୁ ୫୦୦୦ରୁ ୨୦,୦୦୦ ଟଙ୍କା ଜମା ଦେବାକୁ ପଡୁଥିଲା। କାରଣ, ମହିଳା ଯେତେ ସୁନ୍ଦରୀ, ସେହି ଅନୁସାରେ ‘ସିକ୍ୟୁରିଟି’ ଜମା ସେତେ ଅଧିକ ବୋଲି କୁହାଯାଉଥିଲା।

    ମହିଳାଙ୍କୁ ଅନ୍ତଃସତ୍ତ୍ବା କରାଇ ପାରିଲେ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୧୩ ଲକ୍ଷ ଟଙ୍କା ପୁରସ୍କାର କ୍ରେଡିଟ୍‌ କରାଯିବ, ନ କରାଇ ପାରିଲେ ସାନ୍ତ୍ବନାମୂଳକ ପୁରସ୍କାର ଭାବେ ୫ ଲକ୍ଷ ଟଙ୍କା କ୍ରେଡିଟ୍‌ ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ପୁଲିସ୍ ଅଭିଯୁକ୍ତମାନଙ୍କ ପାଖରୁ ୯ଟି ମୋବାଇଲ୍‌ ଫୋନ୍‌, ୨ଟି ପ୍ରିଣ୍ଟର୍‌ ଓ କେତେକ ଡାଟାସିଟ୍‌ ଜବତ କରିଛି। କିନ୍ତୁ, ଏହି ରାକେଟ୍‌ ପାଇଁ ‘କିଙ୍ଗ୍‌ପିନ୍‌’ ଭାବେ କାର୍ଯ୍ୟ କରୁଥିବା ମୁନ୍ନା କୁମାର ଫେରାର୍‌ ହୋଇଯାଇଥିବା କଥା ପୁଲିସ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.2 ° C
    32.2 °
    32.2 °
    15 %
    1.3kmh
    4 %
    Fri
    36 °
    Sat
    38 °
    Sun
    37 °
    Mon
    38 °
    Tue
    39 °

    ସମ୍ବନ୍ଧିତ