Tuesday, September 22, 2026
25.8 C
Odisha

    ବଡମଞ୍ଚରେ ବାଉଳା ହେଲେ ବାଇଡେନ। ଜେଲେନସ୍କିଙ୍କୁ ପୁଟିନ୍ କହିଲେ ବାଇଡେନ୍, ନିର୍ବାଚନକୁ ପ୍ରଭାବିତ କରିପାରେ ବାଇଡେନଙ୍କ ବ୍ୟବହାର

    ଆଗକୁ ପଢନ୍ତୁ

    ବଡମଞ୍ଚରେ ବାଉଳା ହେଲେ ବାଇଡେନ। ୮୧ ବର୍ଷୀୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ଉଦବୋଧନ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପୁଟିନ୍ ବୋଲି କହିଥିଲେ । ସେହିପରି ତାଙ୍କ ସହଯୋଗୀ ତଥା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଟ୍ରମ୍ପ ବୋଲି କହିଥିଲେ । ଟ୍ରମ୍ପ ହେଉଛନ୍ତି ରିପବ୍ଲିକିଆନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ । ବାଇଡେନ୍ ଏବେ ଏହିପରି ଭାବେ ବାଉଳାଖାଇବାକୁ ନେଇ ଚର୍ଚ୍ଚା ବଢିଛି । ନିର୍ବାଚନ ବେଳେ ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟାବସ୍ଥା ଆମେରିକା ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିନ୍ତୁ ଏପରି ରିପୋର୍ଟକୁ ଖାରଜ କରାଯାଉଛି । ତେଣୁ ଉପରାଷ୍ଟ୍ରପତି କମଲା ହାରିସ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା । ଏହାରି ଭିତରେ ବାଇଡେନ କିନ୍ତୁ ନିଜକୁ ପ୍ରେସିଡେଂଟ କ୍ୟାଣ୍ଡିଡେଟ୍ ବା ରାଷ୍ଟ୍ରପତି ପ୍ରାର୍ଥୀ ବୋଲି ଘୋଷଣା କରିଛନ୍ତି । ରୁଷ୍ ସହ ଚାଲିଥିବା ଯୁଦ୍ଧରେ ୟୁକ୍ରେନକୁ ସହାୟତାକୁ ସୁଦୃଢ଼ କରିବା ପାଇଁ ଏକ ନୂତନ ପଦକ୍ଷେପ ‘ୟୁକ୍ରେନ୍ କମ୍ପ୍ୟାକ୍ଟ’ ଘୋଷଣା ପାଇଁ ୩୨ ଜଣ ସହଯୋଗୀ ଏବଂ ବିଦେଶୀ ନେତାଙ୍କ ସହ ମିଶି ବାଇଡେନ୍ ଜେଲନସ୍କିଙ୍କୁ ପୁଟିନ୍ ବୋଲି କହିଥିଲେ । ଏବେ ଯେଉଁଭଳି ବାଇଡେନ ବାଉଳି ହୋଇଛନ୍ତି ତାହା ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    90 %
    2.4kmh
    100 %
    Tue
    26 °
    Wed
    26 °
    Thu
    25 °
    Fri
    28 °
    Sat
    26 °

    ସମ୍ବନ୍ଧିତ