Tuesday, April 7, 2026
27.6 C
Odisha

    ‘ମୋ ଗତିବିଧି ଉପରେ ନଜର ରଖାଯିବାରୁ ମୁଁ ବିଜେପିରେ ଯୋଗ ଦେଲି’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶୁକ୍ରବାର ଦିନ ବିଜେପିରେ ଯୋଗ ଦେଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ କହିଛନ୍ତି ଯେ ସେ କେବେ ଭାବିନଥିଲେ କି ତାଙ୍କ ଗତିବିଧି ଉପରେ ନଜର ରଖାଯିବ ବୋଲି। ସେ ଏଭଳି ଅନୁଭବ କରିବା ପରେ ଯାଇ ସେ ଦଳ ଛାଡ଼ି ‌ବିଜେପିରେ ମିଶିବାର ନିଷ୍ପତ୍ତି ନେଲେ। ଏକଦା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିତା ତଥା ଦଳର ମୁଖ୍ୟ ଶିବୁ ସୋରେନଙ୍କ ନିକଟତର ଥବା ପୂର୍ବତନ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ତାଙ୍କ ଗତିବିଧି ଉପରେ ନଜର ରଖିବା ତାଙ୍କ ପାଇଁ ଲଜ୍ଜାଜନକ ବୋଲି କହିଛନ୍ତି। ରାଜ୍ୟ ସରକାର ଏପରି କରିଥିବାରୁ ସେ ଲଜ୍ଜିତ ଅନୁଭବ କରି ଦଳ ଛାଡ଼ିଥିବା କହିଛନ୍ତି।

    ସେ କହିଛନ୍ତି, “ମୁଁ କଦାପି କଳ୍ପନା କରି ନ ଥିଲି ଯେ ମୋ ପଛରେ ଗୁପ୍ତଚର ଲଗାଯବ। ମୋର ଗତିବିଧି ଉପରେ ନଜର ରଖାଯିବା ପରେ ମୋର ବିଜେପିରେ ଯୋଗଦେବା ନିଷ୍ପତ୍ତି ଦୃଢ଼ ହେଲା।’’

    ୬୭ ବର୍ଷୀୟ ନେତା ଚମ୍ପାଇ ସୋରେନ୍‌ ଜେଲ୍‌ରୁ ବାହାରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ହେମନ୍ତ ସୋରେନ୍‌ଙ୍କ ବାଟ ସଫା ହୋଇ ଯାଇଥିଲା। ସୋରେନ୍‌ ଇସ୍ତଫା ଦେବା ସହ କହିଥିଲେ ଯେ ସେ ଯଦି କିଛି ଦିନ ଅଧିକ ରହିଥାନ୍ତେ ତ ରାଜ୍ୟ ପାଇଁ ଆହୁରି ଅଧିକ ବିକାଶ କରିଥାନ୍ତେ।

    ୧୯୯୦ ମସିହାରେ ଝାରଖଣ୍ଡ ରାଜ୍ୟ ଗଠନ କରିବାରେ ଚମ୍ପାଇ ସୋରେନ୍‌ଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ। ସେ ଦଳୀୟ କର୍ମୀମାନଙ୍କ ସହ ମିଶି ରାଜ୍ୟ ପାଇଁ ତାଙ୍କର ଅନୁଦାନ ପାଇଁ ‘ଝାରଖଣ୍ଡ ଟାଇଗର୍‌’ ଭାବେ ବି ଜଣାଶୁଣା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ