Saturday, October 10, 2026
24.4 C
Odisha

    ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ସାଂସଦ ସୁଜିତ୍ କୁମାରଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୮/୦୯: ରାଜ୍ୟରେ ବିଜେପିର ସାଂଗଠନିକ ସ୍ଥିତି ବଢିଚାଲିଛି । ଗତ ନିର୍ବାଚନରେ ୨୧ ରୁ ୨୦ ସାଂସଦ ଏବଂ ୭୮ ବିଧାୟକ ନିର୍ବାଚିତ ହୋଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଲଗାତାର ତୃତୀୟ ଥର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ବିଜେପିର ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ୍ କୁମାର ଆଜି ଭୁବନେଶ୍ୱରରେ ପହଂଚିଥିଲେ । ଏହା ପରେ ତାଙ୍କୁ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ, ବିଧାୟକ ବାବୁ ସିଂହ, ରାଜ୍ୟ ସାଧାରଣ ସଂପାଦକ ଶାରଦା ଶତପଥୀ, ଡ.ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପୁ୍‌ଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇବା ସହିତ ସୁଜିତ କୁମାରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
    ଶ୍ରୀ ସୁଜିତ୍ କୁମାର ବିଜେପିରେ ସାମିଲ ହେବା ଅତ୍ୟନ୍ତ ଆନନ୍ଦର ବିଷୟ । ରାଜ୍ୟସଭାରେ ଓଡିଶାର ପ୍ରତିନିଧିତ୍ୱ କରୁଥିବା ସେ ଜଣେ ଅତ୍ୟନ୍ତ ପ୍ରତିଭାବାନ, ଦକ୍ଷ, ବିଦ୍ୱାନ, ଗୁଣୀ ଓ କର୍ମଠ ବ୍ୟକ୍ତି । ଅତି କମ୍ ବୟସରେ ବି ସମାଜ କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ରାଜନୀତିରେ ବିରୋଧି ଦଳରେ ଥାଇ ମଧ୍ୟ ମୋଦିଜୀଙ୍କ ନେତୃତ୍ୱରେ ଓଡ଼ିଶାର ଯେଉଁଭଳି ଭାବେ ବିକାଶ ହୋଇଛି, ତାହାକୁ ଶ୍ରୀ ସୁଜିତ୍ କୁମାର ଅନେକ ଥର ପ୍ରଶଂସା କରିଛନ୍ତି । କେବିକେ ତଥା କଳାହାଣ୍ଡିର ମୌଳିକ ବିକାଶ ଯଥା କୃଷି, ଶିକ୍ଷା, ନିଯୁକ୍ତି ତଥା ପଛୁଆ ବର୍ଗ ଲୋକଙ୍କ ବିକାଶ ପାଇଁ ସେ ସର୍ବଦା ପ୍ରୟାସରତ ଥିଲେ । ଅଗଷ୍ଟ ୧ରେ ପୂର୍ବତନ ବିଜେଡି ନେତ୍ରୀ ତଥା ସାଂସଦ ଶ୍ରୀମତୀ ମମତା ମହନ୍ତ ବିଜେଡି ଏବଂ ରାଜ୍ୟସଭା ସାଂସଦ ପଦ ଛାଡ଼ି ବିଜେପିରେ ଯୋଗ ଦେଇଥିବାବେଳେ ଏବେ ଶ୍ରୀ ସୁଜିତ୍ କୁମାରଙ୍କ ଯୋଗଦାନ ଦଳକୁ ଅଧିକ ମଜ୍‌ଭୁତ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
    ବିଜେପିର ଏବେ “ଡବଲ ଇଞ୍ଜନ ସରକାର” ଥିବାରୁ ବିକଶିତ ଓଡ଼ିଶା ଏବଂ ବିଶେଷ ଭାବେ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ଓ ସମନ୍ୱିତ ବିକାଶ ମୋର ପ୍ରାଥମିକତା । ଓଡିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ଭାରତୀୟ ଜନତା ପାର୍ଟିକୁ ଧନ୍ୟବାଦ ଦେବା ସହ ଓଡିଶାର ବିକାଶ ଏବଂ ପ୍ରଗତି ପାଇଁ ବିଜେପିର ସାଧାରଣ କାର୍ଯ୍ୟକର୍ତା ଭାବେ କାମ କରିବି ବୋଲି ଶ୍ରୀ ସୁଜିତ କୁମାର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ