Tuesday, October 6, 2026
23.4 C
Odisha

    ଭୁବନେଶ୍ବରରେ ଜେପି ନଡ୍ଡା: ସଂକଳ୍ପ ପତ୍ର କରିବେ ଉନ୍ମୋଚନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଆଜି ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନରେ ପହଞ୍ଚିବା ପରେ ତାଙ୍କୁ ବିଜେପିର କର୍ମକର୍ତ୍ତାମାନେ ସ୍ବାଗତ କରିଛନ୍ତି। ଶ୍ରୀ ନଡ୍ଡା ବିମାନବନ୍ଦରରୁ ସିଧାସଳଖ ରାଜ୍ୟ ବିଜେପି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ନିର୍ବାଚନୀ ଇସ୍ତାହାର ଜାରି କରିବା କାର୍ଯ୍ୟକ୍ରମ ରହିଛି। ମହିଳାଙ୍କୁ ମାସିକ ୧ ହଜାର ଟଂକା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରତିଶ୍ରୁତି ଦେଇପାରେ ଦଳ। ଇସ୍ତାହାରରେ ଆଉ କ’ଣ ରହିବ ଏହାରି ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହା ପରେ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଜେପି ନଡ୍ଡା ଗତମାସ ୨୮ ତାରିଖ ଦିନ ଦୁଇଦିନିଆ ଓଡ଼ିଶାଗସ୍ତରେ ଆସିଥିଲେ। ବ୍ରହ୍ମପୁରର ଆମ୍ବପୁଆ ଠାରେ ଅନୁଷ୍ଠିତ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗ ଦେଇଥିଲେ। ଏହି ସମାବେଶରେ ସେ କହିଥିଲେ ଯେ, ଏହି ନିର୍ବାଚନ ମୋଦୀଙ୍କ ନେତୃତ୍ବରେ ବିକଶିତ ଭାରତ ନିର୍ମାଣ ପାଇଁ। ଓଡ଼ିଶାର ବିକାଶ ପାଇଁ। ଦେଶର ୮୦ କୋଟି ଲୋକଙ୍କୁ ମୋଦୀ ସରକାର ପ୍ରତିମାସ ରାସନ ଦେଉଛନ୍ତି। ଓଡ଼ିଶାରେ ୩ କୋଟି ୨୦ ଲକ୍ଷ ଲୋକ ଗରିବ କଲ୍ୟାଣ ଯୋଜନାରେ ସାମିଲ ଅଛନ୍ତି। ପ୍ରତି ପଞ୍ଚାୟତକୁ ବିକାଶ ପାଇଁ ୩ରୁ ୫ କୋଟି ଟଙ୍କା ମିଳୁଛି। ଉଜ୍ଜଳା ଯୋଜନାରେ ୧୦ କୋଟି ଲୋକଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଛି। ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରି କହିଥିଲେ, ନବୀନ ସରକାର ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ କରୁ ନାହାନ୍ତି। ଓଡ଼ିଶାରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଓଡ଼ିଶା ଚଳାଇବା ପାଇଁ ରାଜ୍ୟରେ ନେତା ନାହାନ୍ତି କି ବୋଲି ପ୍ରଶ୍ନ ପଚାରିଛନ୍ତି। ଓଡ଼ିଶାରେ ବାହାର ଲୋକଙ୍କୁ ପ୍ରତ୍ସୋହନ ଦିଆଯାଉଛି। ବିଜେଡି ସରକାରରେ ଦୁର୍ନୀତି ରହିଛି ଅଛି। ବାବୁ ରାଜ ଚାଲିଛି। ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି। ନବୀନ ସରକାର ହଟାନ୍ତୁ। ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ। ରାଜ୍ୟରେ ପରିବର୍ତ୍ତନ ଆଣନ୍ତୁ। ବିକଶିତ ଓଡ଼ିଶା ପାଇଁ ବିଜେପିକୁ ଭୋଟ୍‌ ଦିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    76 %
    1.6kmh
    0 %
    Mon
    23 °
    Tue
    31 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ