Sunday, October 4, 2026
28.6 C
Odisha

    ଭରତପୁର କାଣ୍ଡ: ଆସନ୍ତାକାଲିଠାରୁ ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ତଦନ୍ତ କମିଶନ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ପ୍ରଥମ ବୈଠକ କରିଛନ୍ତି। ଏଥିରେ ପୁଲିସ ଡିଜି ଓ ଗୃହ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।
    ଏହି ବୈଠକ ପରେ କମିଶନଙ୍କ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଘଟଣାକୁ ନେଇ ସତ୍ୟପାଠ ଆହ୍ୱାନ କରାଯିବ। ସତ୍ୟପାଠ ନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ କରାଯିବ। ଆସନ୍ତାକାଲିଠାରୁ ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ। ଏହି ଘଟଣା ସଂପର୍କରେ ଯିଏ ଜାଣିଥିବେ ବା କୌଣସି ତଥ୍ୟ ଦେବାକୁ ଚାହୁଁଥିବେ, ସେମାନେ ସତ୍ୟପାଠ ଦେବେ।ସତ୍ୟପାଠ ଯାଞ୍ଚ ପରେ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ। ଏହାଛଡ଼ା ଘଟଣାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ବି ପଚରାଉଚରା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷମାନଙ୍କୁ କମିଶନରେ ହାଜର ପାଇଁ ସମନ କରାଯିବ। ସାକ୍ଷ୍ୟଗ୍ରହଣ ଓ ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ତଦନ୍ତ କମିଶନ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ସଚିବ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ