Thursday, September 17, 2026
24.5 C
Odisha

    ଭାରତ ବିରୋଧରେ ଅଭିଯୋଗ ହେଲା କାଳ; ଇସ୍ତଫା ଦେଲେ କାନାଡ଼ା ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ। ନିଜ ସରକାର ଏବଂ ବ୍ୟକ୍ତିଗତ ସମାଲୋଚନା ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଦେଶକୁ ସମ୍ବୋଧିତ କରି ଟ୍ରୁଡୋ ନିଜର ଇସ୍ତଫା ଘୋଷଣା କରିଛନ୍ତି। ୫୩ ବର୍ଷୀୟ ଜଷ୍ଟିନ ଟ୍ରୁଡୋ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ମୁଁ ପାର୍ଟିର ନୂତନ ନେତା ଚୟନ କରିବାକୁ କହିଛି ଏବଂ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। ” ଆସନ୍ତା ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସଂସଦ କାର୍ଯ୍ୟ ସ୍ଥଗିତ ରହିବ। ତେବେ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ସେ ପର୍ଯ୍ୟନ୍ତ ରହିବେ ଯେ ପର୍ଯ୍ୟନ୍ତ ନୂତନ ପ୍ରଧାନମନ୍ତ୍ରୀ ଚୟନ ହୋଇନାହାନ୍ତି। ଜଷ୍ଟିନ ଟ୍ରୁଡୋ ୧୧ ବର୍ଷ ଧରି ଲିବେରାଲ ପାର୍ଟିର ନେତା ଏବଂ ୯ ବର୍ଷ ଧରି କାନାଡ଼ାର ପ୍ରଧାନମନ୍ତ୍ରୀ ଥିଲେ। ତେବେ ସେ ଡୋନାଲ୍ଡ ଟ୍ରମ୍ପଙ୍କର ଟାରିଫ ଧମକଠାରୁ ଆରମ୍ଭ କରି ପ୍ରମୁଖ ସହଯୋଗୀଙ୍କ ଇସ୍ତଫା ଏବଂ ଜନମତ ସର୍ବେକ୍ଷଣ ପର୍ଯ୍ୟନ୍ତ ଅନେକ ସଙ୍କଟର ସମ୍ମୁଖୀନ ହେଉଥିଲେ। ଜଷ୍ଟିନ ଟ୍ରୁଡୋ ତାଙ୍କ ସମ୍ବୋଧନ କହିଥିଲେ, ”ଏହି ଦେଶ ଆଗାମୀ ନିର୍ବାଚନରେ ବାସ୍ତବିକ ଏକ ବିକଳ୍ପର ହକଦାର ଅଟେ, ଏବଂ ମୋ ପାଇଁ ଏହା ସ୍ପଷ୍ଟ ହୋଇସାରିଛି କି ଯଦି ମୋତେ ମୋର ଦଳ ମଧ୍ୟରୁ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡୁଛି, ତେବେ ମୁ ନିର୍ବାଚନ ପାଇଁ ସବୁଠୁ ଭଲ ବିକଳ୍ପ ନାଁ ହୋଇପାରେ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.5 ° C
    24.5 °
    24.5 °
    88 %
    1.4kmh
    84 %
    Wed
    25 °
    Thu
    32 °
    Fri
    31 °
    Sat
    31 °
    Sun
    30 °

    ସମ୍ବନ୍ଧିତ