Monday, February 24, 2025
32.3 C
Odisha

    କାଦମ୍ବିନୀର ଶାରଦୀୟ ବନ୍ଧୁ ମିଳନ, ଯୋଗଦେଇଥିଲେ ୫ଶହରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଲୋକପ୍ରିୟ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି କିସ୍‍ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟ, ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରୁ ୫ଶହରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତିଯୋଗଦେଇଥିଲେ । ‘କାଦମ୍ବିନୀ’ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କହିଲେ, କାଦମ୍ବିନୀ ପ୍ରତିବର୍ଷ କବି ଓ ସାହିତ୍ୟିକଙ୍କୁ ନେଇ ଶାରଦୀୟ ବନ୍ଧୁ ମିଳନ କରିଥାଏ ।

    ଏହା ବ୍ୟତୀତ ଓଡ଼ିଆ ଭାଷା ସାହିତ୍ୟର ପ୍ରସାର ପ୍ରଚାର ଓ ଉନ୍ନତି ଦିଗରେ ‘କାଦମ୍ବିନୀ’ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି ବୋଲି ସେ କହିଥିଲେ । ଆଜିର ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରଚାରକ, କବି ଓ ଗାଳ୍ପିକ ଡ. ସ୍ୱାମୀ ଚିଦାନନ୍ଦ ମହାରାଜ, ବିଶିଷ୍ଟ ବାଗ୍ମୀ, ସୁବକ୍ତା, ଧର୍ମଶାସ୍ତ୍ର ବିଶାରଦ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡା କୃଷ୍ଣ କେଶବ ଷଡ଼ଙ୍ଗୀ, ପାଲା ଗାୟିକା ପ୍ରଜ୍ଞା ରାଉତ ଓ ଶିକ୍ଷାବିତ ଡ. ପ୍ରିତି ପ୍ରତିଭା ଭୋଳ ପ୍ରମୁଖ ଯୋଗଦେଇ ସାହିତ୍ୟ, ସଂସ୍କୃତି ଓ ଅଧ୍ୟାତ୍ମ୍ୟ ଉପରେ ବିଷଦ ଆଲୋଚନା କରିଥିଲେ ।

    ସେଥି ସହ ଏହିସବୁ କ୍ଷେତ୍ରରେ କାଦମ୍ବିନୀର ଉଲ୍ଲେଖନୀୟ ଭୂମିକା ରହିଥିବା ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ଶାରଦୀୟ ସ୍ୱତନ୍ତ୍ର ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା । ଏଥିରେ ପ୍ରଚ୍ଛଦପଟ୍ଟରେ ସ୍ଥାନ ପାଇଥିବା ଅଭିନେତ୍ରୀ ଶୀତଲ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାଦମ୍ବିନୀ ଓ କୁନିକଥା ସମ୍ପାଦିକା ଡ. ଇତିରାଣୀ ସାମନ୍ତ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଡ. ଶ୍ରୀନିବାସ ଘଟୁଆରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.3 ° C
    32.3 °
    32.3 °
    13 %
    3.7kmh
    0 %
    Mon
    31 °
    Tue
    34 °
    Wed
    35 °
    Thu
    35 °
    Fri
    38 °

    ସମ୍ବନ୍ଧିତ