Thursday, January 15, 2026
14.7 C
Odisha

    ଗିରଫ ହେଲେ ଉପଜିଲ୍ଲାପାଳ

    ଆଗକୁ ପଢନ୍ତୁ

    ଗିରିଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଲ ନାରାୟଣ ଚନ୍ଦ୍ର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ବାବୁଙ୍କ ବିଭିନ୍ନ ଠିକଣା ଉପରେ ଗତକାଲି ଚଢ଼ାଉ କରିଥିଲା ଭିଜିଲାନ୍ସ । ନାରାୟଣ ଚନ୍ଦ୍ର ନାୟକଙ୍କ ଘରୁ ନଗଦ ୧ ଲକ୍ଷ ୪୮ ହଜାର ଟଙ୍କା ସମେତ ୩୬୬ଗ୍ରାମ୍ ସୁନା ଅଳଙ୍କାର ଜବତ ହୋଇଥିଲା । ଭୁବନେଶ୍ୱର ଝାରପଡା ସ୍ଥିତ ବାସଭବନରୁ ମିଳିଛି ଏତେ ପରିମାଣରେ ସୁନା ଅଳଙ୍କାର । ଏଥିସହ ଝାରପଡ଼ାରେ ୨ କୋଟି ୮୦ ଲକ୍ଷ ଟଙ୍କାରେ ଜମି କିଣିଥିଲେ ଉପ-ଜିଲ୍ଲପାଳ ନାରାୟଣ ନାୟକ । ୩ଟି ବହୁତଳ ପ୍ରାସାଦ, ଭୁବନେଶ୍ୱରରେ ୭ଟି ସମେତ ୧୪ଟି ଦାମୀ ପ୍ଲଟ୍, ୩୪ଲକ୍ଷ ୫୭ ହଜାରର ବ୍ୟାଙ୍କ ଡିପୋଜିଟ୍ ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏନେଇ ଆଜି ତାଙ୍କୁ ଗିରଫ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.7 ° C
    14.7 °
    14.7 °
    46 %
    1.6kmh
    1 %
    Wed
    14 °
    Thu
    27 °
    Fri
    28 °
    Sat
    29 °
    Sun
    31 °

    ସମ୍ବନ୍ଧିତ