Wednesday, October 14, 2026
26.2 C
Odisha

    ଶଙ୍କରାଚାର୍ଯ୍ୟଙ୍କୁ କଙ୍ଗନାଙ୍କ ଜବାବ୍: ନେତାମାନେ ରାଜନୀତି ନ କରି କ’ଣ ଗୁପ୍‌ଚୁପ୍ ବିକିବେ

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାନାୱତ ନିଜର ବକ୍ତବ୍ୟ ପାଇଁ ପ୍ରସିଦ୍ଧ। ସେ ଯାହା ହେଉନା କାହିଁକି, ଅଭିନେତ୍ରୀ ନିଶ୍ଚିତ ଭାବରେ ନିଜର ମତ ପ୍ରକାଶ କରିଥାନ୍ତି। କଙ୍ଗନା ତାଙ୍କ ପ୍ରତ୍ୟକ୍ଷ ଉତ୍ତର ପାଇଁ ଅନେକ ସମୟରେ ସମ୍ବାଦରେ ରହିଥା’ନ୍ତି। ଏବେ ପୁଣିଥରେ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ହେଡଲାଇନରେ ଅଛନ୍ତି। ସେ ପୁଣି ଥରେ ଏକ ବୋଲ୍ଡ ଷ୍ଟେଟମେଣ୍ଟ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ବେଶ୍ବରାନନ୍ଦଙ୍କ ମଧ୍ୟରେ ଜାରି ରହିଥିବା ବିବାଦକୁ କଙ୍ଗନା ଡେଇଁ ପଡିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରି କଙ୍ଗନା ଏକ ପୋଷ୍ଟ ଲେଖିଛନ୍ତି ଯାହା ଇଣ୍ଟରନେଟରେ ଏକ ଭିନ୍ନ ବିତର୍କ ସୃଷ୍ଟି କରିଛି।

    ବାସ୍ତବରେ, ଏଥର କଙ୍ଗନା ରାନାୱତଙ୍କ ଟାର୍ଗେଟ ଉତ୍ତରପ୍ରଦେଶର ଶକ୍ତିପୀଠ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ହୋଇଛନ୍ତି। କଙ୍ଗନା ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଉଦ୍ଧବ ଠାକରେଙ୍କୁ ତାଙ୍କ ବାସଭବନ ମାତୋଶ୍ରୀରେ ଭେଟିଥିଲେ। ଏହି ଅବସରରେ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ପାଇବା ପାଇଁ ଉଦ୍ଧବଙ୍କ ପରିବାର ସେଠାରେ ଉପସ୍ଥିତ ଥିଲେ। ଏହି ବୈଠକ ପରେ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମକୁ ଏକ ମନ୍ତବ୍ୟ ପ୍ରଦାନ କରିଥିଲେ। ଯେଉଁଥିରେ ସେ ଉଦ୍ଧବ ଠାକରେଙ୍କୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ସମାଲୋଚନା କରିଥିଲେ।

    ଶଙ୍କରାଚାର୍ଯ୍ୟ କହିଥିଲେ ଉଦ୍ଧବ ଠାକରେଙ୍କ ପ୍ରତି ବିଶ୍ବାସ ଘାତକତା କରାଯାଇଛି। ତାଙ୍କର ଇଚ୍ଛା ପ୍ରକାଶ କରି ସେ ଏହା ମଧ୍ୟ କହିଥିଲେ ଯେ ଉଦ୍ଧବ ଠାକରେ ଖୁବ ଶୀଘ୍ର ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ଉଚିତ୍। ସେ କହିଥିଲେ ସନାତନ ଧର୍ମରେ ବିଶ୍ୱାସଘାତକତା ଏକ ବଡ଼ ପାପ। ଉଦ୍ଧବଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଛି, ବିଶ୍ୱାସଘାତକତା ଦ୍ୱାରା ଏକ ହିନ୍ଦୁତ୍ୱ ଦଳ କିପରି ଭାଙ୍ଗିଗଲା ଏବଂ ଉଦ୍ଧବ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବା ଠିକ୍ ନୁହେଁ। ଯେପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ ନ କରନ୍ତି, ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କ ହୃଦୟରେ ଯନ୍ତ୍ରଣା ଓ ଦୁଃଖ ଦୂର ହୋଇପାରିବ ନାହିଁ। ବର୍ତ୍ତମାନ ଏକନାଥ ସିନ୍ଦେଙ୍କ ପକ୍ଷ ନେଇ କଙ୍ଗନା ଏହା ଉପରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ପରେ ଶାସକ ଏବଂ ବିରୋଧୀ ପରସ୍ପରକୁ କଡ଼ା ସମାଲୋଚନା ଜାରି ରଖିଛନ୍ତି। ଏହା ସହିତ ସୋସିଆଲ ମିଡିଆରେ ମଧ୍ୟ ଏହା ଭାଇରାଲ ହୋଇଛି।

    କଙ୍ଗନା ଶଙ୍କରାଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ କହିଛନ୍ତି ରାଜନୀତିରେ, ମିଳିତ ମଞ୍ଚ, ଚୁକ୍ତିନାମା ଏବଂ ବିଭାଜନ ଏକ ସାଧାରଣ ତଥା ସାମ୍ବିଧାନିକ ବିଷୟ। ୧୯୦୭ ଏବଂ ୧୯୭୧ ମସିହାରେ କଂଗ୍ରେସ ଦଳ ବିଭାଜିତ ହୋଇଥିଲା। ଜଣେ ରାଜନେତା ରାଜନୀତି ନ କରି କ’ଣ ଆଉ ଗୁପ୍‌ଚୁପ୍ ବିକ୍ରି କରିବେ କି? ବୋଲି ସେ ପ୍ରଶ୍ନ କରିଛନ୍ତି। ଶଙ୍କରାଚାର୍ଯ୍ୟ ଜୀ ତାଙ୍କର ଶବ୍ଦ ଏବଂ ତାଙ୍କର ପ୍ରଭାବ ଏବଂ ଧାର୍ମିକ ଶିକ୍ଷାର ଅପବ୍ୟବହାର କରିଛନ୍ତି। ଧର୍ମ ଏହା ମଧ୍ୟ କହିଛି ଯେ ଯଦି ରାଜା ଲୋକମାନଙ୍କୁ ଶୋଷଣ କରିବା ଆରମ୍ଭ କରନ୍ତି ତେବେ ଦେଶଦ୍ରୋହ ହେଉଛି ଶେଷ ଧର୍ମ। ମହାରାଷ୍ଟ୍ରର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶଙ୍କରାଚାର୍ଯ୍ୟ ଜୀ ରାଜଦ୍ରୋହୀ ତଥା ବିଶ୍ବାସଘାତ ବୋଲି ଅଭିହିତ କରିବାରୁ ଆମ ସମସ୍ତଙ୍କ ଭାବନା ଆଘାତ ପାଇଛି। ଶଙ୍କରାଚାର୍ଯ୍ୟ ଜୀ ଏପରି ଛୋଟ ଏବଂ ନିମ୍ନଧରଣର କଥା କହି ହିନ୍ଦୁ ଧର୍ମର ସମ୍ମାନକୁ କ୍ଷତି ପହଞ୍ଚାଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ