Tuesday, September 29, 2026
23.8 C
Odisha

    ବାଧାବିଘ୍ନକୁ ଏଡ଼ାଇ ଓକିଲ ହେଲେ ପୁଅ ଓ ଝିଅ; ନିର୍ଦ୍ଦୋଷରେ ବାହାରକୁ ଆସିଲେ ବାପା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମିଛ ମାମଲାରେ ଛନ୍ଦି ହୋଇ ଦୀର୍ଘ ବର୍ଷ ଜେଲରେ ରହିବା ପରେ ପୁଣି ନିର୍ଦ୍ଦୋଷରେ ବାହାରକୁ ଆସିବା ଘଟଣା ସିନେମା କି ଧାରାବାହିକରେ ଦେଖିବାକୁ ମିଳିଥାଏ। ନିକଟରେ ଏମିତି ଏକ ଘଟଣା କାନପୁରରେ ବାସ୍ତବରେ ଘଟିଛି।  ଜଣେ ବ୍ୟକ୍ତି ଜେଲ ଯିବାର ୧୧ବର୍ଷ ପରେ ନିର୍ଦ୍ଦୋଷରେ ବାହାରକୁ ଆସିଛନ୍ତି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କ ପୁଅ ଓ ଝିଅଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି।

    କାନପୁରର ବିଠୁର ପୁଲିସ ଷ୍ଟେସନରେ ୨୦୨୩ରେ ଏକ ମାମଲା ରୁଜୁ ହୋଇଥିଲ। ଯେଉଁଥିରେ ଅନିଲ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପଡ଼ୋଶୀ ଚାଷ ଜମିର ଭାଗ ଦେଇ ନଥିଲେ। ଏହି କାରଣରୁ ଅନିଲ ଗୌଡ ଓ ପଡୋଶୀଙ୍କ ମଧ୍ୟରେ ବିବାଦ ଲାଗିଥିଲା। ଏହାକୁ କେନ୍ଦ୍ର କରି ପଡ଼ିଶାଲୋକ ଅନିଲ ଗୌଡଙ୍କ ନାମରେ ମିଥ୍ୟା ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଅନିଲଙ୍କୁ ଜେଲ ହୋଇଯାଇଥିଲା।

    ଅନିଲଙ୍କୁ ଜେଲ ହୋଇଯିବା ପରେ ସ୍ତ୍ରୀ ଘରେ ଦୁଇପିଲାଙ୍କୁ ଧରି ଏକା ରହିଥିଲେ। ଅନିଲଙ୍କ ପରିବାରଲୋକଙ୍କ ଆର୍ଥିକ ଅବସ୍ଥା ଧୀରେଧୀରେ ଦୁର୍ବଳ ହେବାକୁ ଲାଗିଥିଲା। ଅନିଲଙ୍କୁ ଜାମିନରେ ଆଣିବାକୁ ଅର୍ଥ ବାଧକ ସାଜିଲା। ଏପଟେ ଅନିଲଙ୍କ ଓକିଲ ଜାମିନ ପାଇଁ ଟଙ୍କା ଦାବି କରି ଚାଲିଥିଲେ। ଟଙ୍କା ନମିଳିବାରୁ ସେ ଅନିଲଙ୍କ ମାମଲାକୁ ଅଣଦେଖା କରି ଦେଇଥିଲେ। ଅନିଲଙ୍କୁ ଆଉ ଜାମିନ ମିଳିଲା ନାହିଁ।

    ଓକିଲ ହେବାପ‌ରେ ପ୍ରଥମ ମାମଲା ଭାଇ ଓ ଭଉଣୀ ତାଙ୍କ ବାପାଙ୍କର ଲଢ଼ିବେ ବୋଲି ସ୍ଥିର କରିଥିଲେ। ସମସ୍ତ ପ୍ରକାର ଆଇନ ବ୍ୟବସ୍ଥା ବୁଝିବା ପରେ ଭାଇ ଓ ଭଉଣୀ ବାପା ଅନିଲଙ୍କ ମାମଲା ଲଢ଼ି ଜିତି ଯାଇଥିଲେ। ୧୧ବର୍ଷ ପରେ ଓକିଲ ଝିଅ ଉପାସନ ଓ ପୁଅ ଋଷଭ ବାପାଙ୍କୁ ନିର୍ଦ୍ଦୋଷରେ ବାହାରକୁ ଆଣିବାରେ ସଫଲ ହୋଇଥିଲେ। ଏହି ଘଟଣା ଚର୍ଚ୍ଚାର ପରିସରରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ