Sunday, October 25, 2026
21.5 C
Odisha

    କାର୍ତ୍ତିକ ପାଣ୍ଡିଆନଙ୍କ ସମ୍ପର୍କିତ ଖବର, କ୍ଷମା ମାଗିଲେ ସମ୍ପୃକ୍ତ ଜାତୀୟ ଗଣମାଧ୍ୟମ ସାମ୍ବାଦିକ

    ଆଗକୁ ପଢନ୍ତୁ

    କାର୍ତ୍ତିକ ପାଣ୍ଡିଆନଙ୍କ ସମ୍ପର୍କିତ ଖବର ଉପରେ କ୍ଷମା ପ୍ରାର୍ଥନା । କ୍ଷମା ପ୍ରାର୍ଥନା କଲେ ସମ୍ପୃକ୍ତ ଜାତୀୟ ଗଣମାଧ୍ୟମ ସାମ୍ବାଦିକ । ସାମ୍ବାଦିକ ସାହିଦ ଫରିଦ ମାଗିଲେ ନିଃସର୍ତ୍ତ କ୍ଷମା। ଏକ ସୂତ୍ରକୁ ବିଶ୍ବାସ କରି ପ୍ରକାଶ ପାଇଥିଲା ଖବର। ଏ ନେଇ ନବୀନଙ୍କ ସ୍ପଷ୍ଟୀକରଣ ନିଆଯାଇ ନ ଥିଲା। ଖବର ପ୍ରକାଶ ପାଇବା ପରେ ପ୍ରତିବାଦ କରିଥିଲେ ନବୀନ। କୌଣସି କେନ୍ଦ୍ରମନ୍ତ୍ରୀ ପାଣ୍ଡିଆନଙ୍କୁ ଭେଟି ନ ଥିବା ଜଣାପଡ଼ିଛି। ଏହି ଖବରକୁ ମିଛ କପୋଳକଳ୍ପିତ କହିଥିଲେ ନବୀନ।ଖବର ଅନୁଯାୟୀ, ଜାତୀୟ ଗଣମାଧ୍ୟମରେ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଖବର ପ୍ରସାରିତ ହୋଇଥିଲା। ଏହାରି ଉପରେ ପ୍ରତିକ୍ରିୟା ରଖିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସୋସିଆଲ ମିଡ଼ିଆ ‘X’ରେ ନବୀନ ପୋଷ୍ଟ କରିବା ସହ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ପ୍ରସାରିତ ଖବର ମିଛ ଓ ଉଦ୍ଦେଶ୍ୟମୂଳକ ବୋଲି କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    69 %
    1.7kmh
    0 %
    Sun
    21 °
    Mon
    28 °
    Tue
    29 °
    Wed
    24 °
    Thu
    25 °

    ସମ୍ବନ୍ଧିତ