Friday, October 2, 2026
23.8 C
Odisha

    ୫ ବର୍ଷରେ ଦିଲ୍ଲୀରୁ ବେକାରି ହଟିବ : କେଜ୍ରିଓ୍ବାଲ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଏବେ ଜୋରସୋରରେ ଚାଲିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତା ୫ ବର୍ଷ ମଧ୍ୟରେ ରାଜଧାନୀରେ ବେକାରି ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ ଭିଡିଓ ବାର୍ତ୍ତାରେ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯୁବବର୍ଗଙ୍କୁ ରୋଜଗାର ଯୋଗାଇବା ମୋର ସର୍ବୋଚ୍ଚ ପ୍ରାଥମିକତା ହେବ। ବେକାରୀ ସମସ୍ୟାର ସମାଧାନ ପାଇଁ ଆମ ଟିମ୍ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି।କେଜ୍ରିଓ୍ଵାଲ ତାଙ୍କ ସରକାରଙ୍କ ଟ୍ରାକ୍ ରେକର୍ଡ ଉପରେ ଆଲୋକପାତ କରି ଦାବି କରିଛନ୍ତି ଯେ ପଞ୍ଜାବର ଆପ୍ ସରକାର ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ୪୮,୦୦୦ ସରକାରୀ ଚାକିରି ପ୍ରଦାନ କରିଛନ୍ତି ଏବଂ ଯୁବବର୍ଗଙ୍କ ପାଇଁ ୩ ଲକ୍ଷରୁ ଅଧିକ ଘରୋଇ କ୍ଷେତ୍ରର ଚାକିରିରେ ସାହାଯ୍ୟ କରିଛନ୍ତି। “ଆମେ ଚାକିରି ସୃଷ୍ଟି କରିବାକୁ ଜାଣୁ ଏବଂ ଆମର ଉଦ୍ଦେଶ୍ୟ ସଚ୍ଚୋଟ । ଲୋକଙ୍କ ସମର୍ଥନ ମିଳିଲେ ଆଗାମୀ ୫ ବର୍ଷ ମଧ୍ୟରେ ଆମେ ଦିଲ୍ଲୀରୁ ବେକାରୀ ଦୂର କରିବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ