Saturday, March 21, 2026
19.7 C
Odisha

    ବିଜେପିରେ ଯୋଗ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/କେନ୍ଦ୍ରାପଡ଼ା: ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ। ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ ଗୀତାଞ୍ଜଳି ସେଠୀ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫାପତ୍ର ପଠାଇବା ସହ ଗୀତାଞ୍ଜଳି ବିଜେଡି ଛାଡ଼ିବା ପଛର କାରଣ ଲେଖିଛନ୍ତି। ବିଜେଡିରେ ରହି କାମ କରିବା ସମ୍ଭବପର ହେଉନାହିଁ ବୋଲି କହିଛନ୍ତି ଗୀତାଞ୍ଜଳି। ଏହାସହ କେନ୍ଦ୍ରାପଡ଼ାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ଗୀତାଞ୍ଜଳି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ବିଜେଡି ଛାଡ଼ିଥିବା କହିଛନ୍ତି ଗୀତାଞ୍ଜଳି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିବା ଗୀତାଞ୍ଜଳି ବିଜେଡି ଛାଡ଼ିବା ପରେ କେନ୍ଦ୍ରାପଡ଼ାରେ ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ, କେନ୍ଦ୍ରାପଡା ଆସନ ପାଇଁ ବିଜେଡିରୁ ଗୀତାଞ୍ଜଳି ପ୍ରମୁଖ ଦାବିଦାର ଥିଲେ। କିନ୍ତୁ ଗଣେଶ୍ୱରଙ୍କୁ ଦଳରେ ସାମିଲ କରି ପରବର୍ତ୍ତୀ ସମୟରେ କେନ୍ଦ୍ରାପଡ଼ାରେ ପ୍ରାର୍ଥୀ କରିବାକୁ ନେଇ ଗୀତାଞ୍ଜଳି ଅସନ୍ତୁଷ୍ଟ ଥିବା ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଥିଲା। କିନ୍ତୁ ନିର୍ବାଚନ ପୂର୍ବରୁ ଗୀତାଞ୍ଜଳି ଦଳ ଛାଡ଼ି ବିଜେଡିକୁ ବଡ଼ ଝଟକା ଦେଇଛନ୍ତି। ଏହାପୂର୍ବରୁ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ମଧ୍ୟ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ।

    ଗୀତାଞ୍ଜଳି ସେଠୀ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଗରୁ ମଧ୍ୟ ଗୀତାଞ୍ଜଳି ବିଜେପିରେ ଥିଲେ। ଏଣୁ ଏହା ତାଙ୍କର ଘରବାହୁଡ଼ା ବୋଲି କୁହାଯାଉଛି।

    ସୂଚନାଯୋଗ୍ୟ, ୩୨ ଆସନ ବିଶିଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ୩୧ଟି ଆସନ ହାତେଇଥିବା ବେଳେ ବିଜେପି ପକ୍ଷରୁ ମାତ୍ର ଜଣେ ସଦସ୍ୟା ନିର୍ବାଚିତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    79 %
    0.7kmh
    99 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    37 °

    ସମ୍ବନ୍ଧିତ