Sunday, October 4, 2026
24.3 C
Odisha

    ପତ୍ନୀଙ୍କ ସହମତି ବିନା ଅଳଙ୍କାର ବନ୍ଧକ ରଖିବା ଵିଶ୍ଵାସଘାତ: କେରଳ ହାଇକୋର୍ଟ

    ଆଗକୁ ପଢନ୍ତୁ

    ତିରୁବନ୍ତପୁରମ: ପତ୍ନୀଙ୍କ ସହମତି ବିନା ବନ୍ଧା ରଖିହେବ ନାହିଁ ତାଙ୍କ ଅଳଙ୍କାର | କେରଳ ହାଇକୋର୍ଟ ଆଜି ଏଭଳି କଥା କହିଛନ୍ତି | ବାସ୍ତବରେ ହାଇକୋର୍ଟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହମତି ବିନା ସୁନା ଅଳଙ୍କାରକୁ ନେଇଯାନ୍ତି ଏବଂ ଏହାକୁ ନିଜ ବ୍ୟବହାର ପାଇଁ ବନ୍ଧା ରଖିଦିଅନ୍ତି ତେବେ ଏହାକୁ ଵିଶ୍ଵାସଘାତ ହିଁ କୁହାଯିବ | ଜଷ୍ଟିସ ଏ ବଦ୍ରୁଦ୍ଦିନଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇ ଅଭିଯୁକ୍ତକୁ ୬ ମାସର କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | କାସାରାଗୋଡ ଅଂଚଳର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଗହଣା ବନ୍ଧକ ରଖିଥିଲେ | ଆଉ ଏନେଇ ଟ୍ରାଏଲ କୋର୍ଟ ରାୟ ଦେଇଥିଲେ ଯେ ଏହା ଅପରାଧ | ଏହାକୁ ଚ୍ୟାଲେଞ୍ଜ କରି ବ୍ୟକ୍ତି ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ତେବେ ହାଇକୋର୍ଟ ଏହାକୁ ଖାରଜ କରି ତଳ କୋର୍ଟର ରାୟକୁ କାୟମ ରଖିଛନ୍ତି ଓ ତାଙ୍କୁ ୬ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

    ଆବେଦନକାରୀଙ୍କ ପତ୍ନୀଙ୍କ ଅଭିଯୋଗ ପରେ ଏହି ମାମଲା ସାମ୍ନାକୁ ଆସିଛି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ନ ଜଣାଇ ଏକ ଘରୋଇ ସଂସ୍ଥାରେ ୫୦ଟି ସୁନା ଅଳଙ୍କାର ବନ୍ଧକ ରଖିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଏହି ଅଳଙ୍କାରକୁ ତାଙ୍କ ବିବାହ ସମୟରେ ତାଙ୍କ ମା ଉପହାର ଦେଇଥିଲେ |

    ଏହାପରେ ଜଷ୍ଟିସ୍ ଏ.ବଦ୍ରୁଦ୍ଦିନ କହିଛନ୍ତି ଯେ ଏହି ମାମଲାରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୪୦୬ରେ ଅଭିଯୁକ୍ତଙ୍କୁ ୬ ମାସ କାରାଦଣ୍ଡ ଏବଂ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ମା’ଙ୍କଠାରୁ ଅଳଙ୍କାର ପାଇଥିଲେ ଯାହାକୁ ସେ ସ୍ୱାମୀଙ୍କୁ ଲକରରେ ରଖିବାକୁ ଦେଇଥିଲେ। ଅଳଙ୍କାରକୁ ଲକରରେ ରଖିବା ପରିବର୍ତ୍ତେ ସ୍ୱାମୀ ପତ୍ନୀଙ୍କ ବିନା ଅନୁମତିରେ ସୁନା ଋଣ କମ୍ପାନୀରେ ବନ୍ଧକ ରଖି ଋଣ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ