Tuesday, September 29, 2026
23.8 C
Odisha

    ଏମିତି ଏକ ଗାଁ ଅଛି ଯେଉଁଠାରେ ଏବେ ବି ମାଳମାଳ ତାଳଗଛ

    ଆଗକୁ ପଢନ୍ତୁ

    କେନ୍ଦୁଝର: ତାଳଗଛ ଉପରେ ବଜ୍ର ପଡ଼ିଲେ ଗଛ ପୋଡ଼ି ଜଳି ଯାଏ କିନ୍ତୁ କୌଣସି ଜୀବନହାନୀ ହେଉ ନ ଥିଲା। ଯେଉଁଥିପାଇଁ ଅନେକ ପୁରୁଣା ଲୋକେ ଗାଁ ଗଣ୍ଡାର ପୋଖରୀ ହୁଡ଼ା, ବିଲ ହିଡ଼, ରାସ୍ତା କଡ଼, ଗଡ଼ିଆ ଆଡ଼ିରେ ଶହଶହ ତାଳ ଗଛ ଲଗାଉଥିଲେ। କିନ୍ତୁ ସମୟ କ୍ରମେ ସହରୀ ସଭ୍ୟତାର ଅନୁପ୍ରବେଶ ଯୋଗୁଁ ଅନେକ ଗାଁରେ ତାଳଗଛ ସବୁ ଲୋପ ପାଇବାକୁ ବସିଲାଣି। ତେବେ ଏ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଳତି ପଞ୍ଚାୟତରେ ଏମିତି ଏକ ଗାଁ ଅଛି ଯେଉଁଠାରେ ଏବେ ବି ମାଳମାଳ ତାଳଗଛ ଦଣ୍ଡାୟମାନ ହୋଇ ରହିଛି। ଯାହା ଗାଁ ପରିବେଶକୁ ସୁନ୍ଦର ରଖିବା ସହ ପୂରା ଅଞ୍ଚଳକୁ ବଜ୍ରପାତରୁ ରକ୍ଷା କରୁଛି। ସେମିତି ଗାଁର ନାଁ ହେଉଛି ବେଲସୁନ୍ଦରୀ।
    ଅନେକଙ୍କ ବିଶ୍ୱାସ ଥାଏ ତାଳଗଛ ଲଗାଇଥିଲେ ପରିବାରର ମୁଣ୍ଡ ଗଡ଼ିଥାଏ। ତେଣୁ କେବଳ ବୟସ୍କ ବ୍ୟକ୍ତିମାନେ ତାଳଗଛ ରୋପଣ କରୁଥିଲେ। କିନ୍ତୁ ସ୍ଥାନୀୟ ଗ୍ରାମବାସୀଙ୍କ କହିବା କଥା ଆଜକୁ ଦୁଇଶହ ବର୍ଷ ତଳେ ଗାଁର କପିଳେନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଥିଲେ ଯାହାଙ୍କର କୌଣସି ସନ୍ତାନସନ୍ତତି ନ ଥିବାରୁ ସେ ନିୟମିତ ପୋଖରୀ ହୁଡ଼ାରେ ତାଳଗଛ ଲଗାଇ ତା’ର ଯତ୍ନ ନେଉଥିଲେ। ତାଙ୍କ ଦେହାନ୍ତ ପରେ ଗ୍ରାମର ବୟଜ୍ୟେଷ୍ଠ ବ୍ୟକ୍ତି ମଣିଚରଣ ବାରିକ ଏହି ଗଛ ଲଗା ଅଭିଯାନକୁ ବ୍ୟାପକ କରିଥିଲେ। ଫଳର ୧୦ ଏକର ପରିମିତ ପୋଖରୀ ହୁଡ଼ାରେ ହଜାର ହଜାର ସଂଖ୍ୟାରେ ତାଳଗଛ କାୟାମେଲି ଆକାଶକୁ ମୁଣ୍ଡ ଟେକି ଅନାଇ ରହିଛନ୍ତି। ସହସ୍ରାଧିକ ତାଳଗଛ ରହିଥିବାରୁ ପୋଖରୀର ନାମ ତାଳଗଡ଼ିଆ ମଧ୍ୟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ