Tuesday, April 7, 2026
35.3 C
Odisha

    ନିର୍ବାଚନ ପ୍ରଚାର ବେଳେ ଅସୁସ୍ଥ ହେଲେ କଂଗ୍ରେସ ଅଧ୍ୟକ୍ଷ ଖଡଗେ

    ଆଗକୁ ପଢନ୍ତୁ

    ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଯାଇଥିଲା । ତେବେ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । ସୂଚନା ଅନୁସାରେ କଠୁଆ ଜିଲ୍ଲାର ଜସରୋତାଠାରେ ସେ ଏକ ଜନସଭାରେ ଭାଷଣ ଦେଉଥିବାବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । କିଛି ସମୟପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେ କହିଥିଲେ ‘ଆମେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟର ମାନ୍ୟତା ଫେରାଇ ଆଣିବା ପାଇଁ ଲଢ଼େଇ କରିବୁ। ମୋର ବୟସ ୮୩ ବର୍ଷ ଏବଂ ଏତେ ଶୀଘ୍ର ମରିବାକୁ ଯାଉନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଷମତାରୁ ହଟାଇବା ପର୍ଯ୍ୟନ୍ତ ମୁଁ ବଞ୍ଚି ରହିବି।‘

    ମୋଦୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଭାରତର ଯୁବକମାନଙ୍କୁ କିଛି ଦେଇନାହାଁନ୍ତି । ଆପଣ ସେହି ବ୍ୟକ୍ତିଙ୍କୁ ବିଶ୍ୱାସ କରିପାରିବେ କି ଯିଏ ୧୦ ବର୍ଷ ମଧ୍ୟରେ ଆପଣଙ୍କ ସମୃଦ୍ଧି ଫେରାଇ ଆଣିପାରିବେ ନାହିଁ? ଯଦି କୌଣସି ବିଜେପି ନେତା ଆପଣଙ୍କ ସାମ୍ନାକୁ ଆସନ୍ତି ତେବେ ତାଙ୍କୁ ପଚାରନ୍ତୁ ସେ ସମୃଦ୍ଧି ଆଣିଛନ୍ତି କି ନାହିଁ।
    ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏଠାକୁ ଆସି ଯୁବକମାନଙ୍କ ଭବିଷ୍ୟତ ପାଇଁ ମିଥ୍ୟା ଲୁହ ଝରାଉଛନ୍ତି। ସତ କଥା ହେଉଛି ଏହି ଲୋକମାନେ ଗତ ୧୦ ବର୍ଷ ମଧ୍ୟରେ ସମଗ୍ର ଦେଶର ଯୁବକମାନଙ୍କୁ ଅନ୍ଧାର ଭିତରକୁ ଠେଲି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ମୋଦି ଏଥିପାଇଁ ଦାୟୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ