Saturday, July 27, 2024
24.6 C
Odisha

    କାଲିଠୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରିରେ ମାଘସପ୍ତମୀ କୁମ୍ଭମେଳା । ନାମ, ଧ୍ବନି, ସଂର୍କୀତ୍ତନରେ କୋଳାହଳ ହେବ ଖଣ୍ଡଗିରି ଗୁମ୍ଫା । ବାବାଙ୍କ ଆଖଡାରୁ ଦେବସଭା ସବୁଠି ଚଳଚଞ୍ଚଳ । ରାଜ୍ଯ ତଥା ରାଜ୍ଯ ବାହରର ସାଧୁସନ୍ଥ ଏବେ ଭୁବନେଶ୍ବରରେ ଡେରା ପକାଇଲେଣି । ପାହଡର ପାଦ ଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌନ୍ଦଯ୍ଯକରଣ, ସ୍ବଚ୍ଛତା ଉପରେ ଫୋକସ କରିଛି ବିଏମସି । ଆଲୋକୀକରଣ ସାଙ୍ଗକୁ ସୌନ୍ଦଯ୍ଯକରଣ ନେଇ ରୋଡ ମ୍ଯାପ ପ୍ରସ୍ତୁତ ହୋଇଛି ।

    ଖଣ୍ଡଗିରି ଛକରୁ ପାହଡ ପଯ୍ଯନ୍ତି କିଭଳି ଭିଡ ନ ହେବ ସେ ନେଇ ପୋଲିସ ସହିତ ଆଲୋଚନା ହୋଇଛି। ସିସିଟିଭି ଓ ପାର୍କିଂ ନେଇ ପ୍ଳାନ କରିଛି ବିଏମସି । ଏକ ହଜାରରୁ ଅଧିକ ସାଧୁସନ୍ଥ ଆସିବା ନେଇ ଯୋଜନା ହୋଇଛି । ବାବା ଓ ସାଧୁସନ୍ଥଙ୍କ ସ୍ବତନ୍ତ୍ର ଭାବରେ ଟେଣ୍ଟ ବନ୍ଧା ହୋଇଛି। ପାହାଡ଼ ଉପରେ ଥିବା ଦେବସଭା ଅଞ୍ଚଳ ସାଧୁ ମାନେ ସଫା କରିଛନ୍ତି ।

    ଉତ୍କଳ ପଞ୍ଚଶାଖା ଭାଗବତ ଆଖଡା ପକ୍ଷରୁ ୯ ଦିନ ଧରି ହେବାକୁ ଥିବା ମେଳାରେ ଏକ ହଜାରରୁ ଅଧିକ ସାଧୁସନ୍ଥ ଯୋଗ ଦେଇ ଆଧ୍ଯାତ୍ମିକ ଦିଗଦର୍ଶନ, ଐତିହ, ସଂସ୍କୃତି ଓ ପରମ୍ପରାର ଉପରେ ଜନ ସଚେତନା ସୃଷ୍ଟି କରିବେ। ବେଦପାଠ ସହିତ ଜାଗମରା ଠାରୁ ଖଣ୍ଡଗିରି ପଯ୍ଯନ୍ତ ସଂର୍କୀତନ ଓ କଳସ ଶୋଭାଯାତ୍ରା କରାଯିବ। ପ୍ରତିଦିନ ସନ୍ଧ୍ଯା ଧର୍ମ ଆଲୋଚନା, ପ୍ରବଚକ, ବିଶିଷ୍ଟ ଗବେଷକଙ୍କ ଦ୍ବାରା ପ୍ରବଚନ ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ