Saturday, September 6, 2025
29.1 C
Odisha

    ବଦଳିଲା ଖାରବେଳଙ୍କ ସ୍ୱର । କହିଲେ, ‘ରାଜ୍ୟ ବିଜେପିକୁ ଅନୁରୋଧ , ମୋତେ ବାଲେଶ୍ୱରରେ ରଖି ପ୍ରତାପ ନନାଙ୍କୁ କନ୍ଧମାଳ ପଠାନ୍ତୁ’

    ଆଗକୁ ପଢନ୍ତୁ

    ନରମିଲା ଖାରବେଳଙ୍କ ସ୍ୱର, କହିଲେ, ଉତ୍ତେଜିତ ହୋଇ ସ୍ୱାଧୀନରେ ଲଢିବାକୁ କହିଥିଲି । ବାଲେଶ୍ୱର ଲୋକସଭା ପ୍ରାର୍ଥୀ ବଦଳାଇବାକୁ ଦଳକୁ ଦେଲେ ପ୍ରସ୍ତାବ । କହିଲେ ସେ ଆଉ କନ୍ଧମାଳ ଯିବାକୁ ଚାହାଁନ୍ତି ନାହିଁ । ବରଂ ତାଙ୍କୁ ବାଲେଶ୍ୱରରେ ରଖି ପ୍ରତାପ ଷଡଙ୍ଗୀଙ୍କୁ କନ୍ଧମାଳ ନୋଚେତ୍ ନୀଳଗିରି ଆସନ ଦିଆଯାଉ । ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ବାଲେଶ୍ୱରରୁ ସାଂସଦ ପ୍ରାର୍ଥୀ ଘୋଷଣା କରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଖାରବେଳ । କହିଛନ୍ତି ପୂର୍ବରୁ ସେ ସ୍ୱାଧୀନରୁ ଲଢିବେ ବୋଲି ଯାହା କହିଥିଲେ ସେଥିରୁ ସେ ଓହରୁଛନ୍ତି ବୋଲି କହିଛନ୍ତି । ବରଂ ସେ ପୁଣି ବିଜେପିରୁ ଲଢିବେ କିନ୍ତୁ ଆଉ କନ୍ଧମାଳରୁ ନୁହେଁ ବରଂ ବାଲେଶ୍ୱରରୁ । କେବଳ ଏତିକି ନୁହେଁ ସେ ଏକଥା ମଧ୍ୟ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହାଁନ୍ତି ନାହିଁ ,ସେ ଦିଲ୍ଲୀ ଯିବାକୁ ଚାହାଁନ୍ତିି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.1 ° C
    29.1 °
    29.1 °
    76 %
    0.6kmh
    82 %
    Sat
    28 °
    Sun
    31 °
    Mon
    30 °
    Tue
    30 °
    Wed
    31 °

    ସମ୍ବନ୍ଧିତ