Saturday, July 27, 2024
24.6 C
Odisha

    ବିଜେପିରେ ସାମିଲ ହୋଇପାରନ୍ତି କେନ୍ଦ୍ରାପଡା ସାଂସଦ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଧରିପାରନ୍ତି ପଦ୍ମ, ୨ ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା

    ଆଗକୁ ପଢନ୍ତୁ

    ଆଜି ବିଜେପିରେ ସାମିଲ ହୋଇପାରନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇପାରନ୍ତି ଅନୁଭବ । ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡିରୁ ଇସ୍ତଫା ଦେବା ପରେ ଅନୁଭବ କେଉଁ ଦଳକୁ ଯିବେ ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା । କିନ୍ତୁ ଆଜି ଅନୁଭବ ବିଜେପିରେ ମିଶୁଥିବା ନେଇ ସୂଚନା ମିଳିଛି ।ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେବା ସହ ଲେଖିଥିଲେ ଦଳ ମୁଖିଆଙ୍କୁ ଦେଖା କରିବାର ସୁଯୋଗ ମିଳୁନାହିଁ । ବାପାଙ୍କ ଦେହାନ୍ତ ପରେ ଦଳ ତରଫରୁ କୌଣସି ସମବେଦନା ମିଳିଲା ନାହିଁ । ତେବେ ବିଜେଡି ଛାଡିଥିଲେ ମଧ୍ୟ ଚଳିତ ନିର୍ବାଚନ ସେ ନିଶ୍ଚୟ ଲଢିବେ ବୋଲି କହିଥିଲେ । ୨୭ ଏପ୍ରିଲ ୨୦୧୩ରେ ବିଜେଡିରେ ସାମିଲ ହୋଇଥିଲେ ଅନୁଭବ । ୨୦୧୪ର ବିଜେଡି ଟିକେଟରେ ରାଜ୍ୟସଭା ସାଂସଦ ହୋଇଥିଲେ । ସର୍ବକନିଷ୍ଠ ରାଜ୍ୟସଭା ସାଂସଦ ଥିଲେ ଅନୁଭବ ମହାନ୍ତି । ୨୦୧୪ରୁ ୨୦୧୯ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ତୁଲାଇଥିଲେ ଅନୁଭବ । ତେବେ ୨୦୧୯ରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ମଇଦାନକୁ ଅନୁଭବଙ୍କୁ ଓହ୍ଲାଇଥିଲା ବିଜେଡି । ବିଜେପିର ହେଭିୱେଟ ନେତା ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ଅନୁଭବଙ୍କୁ ପ୍ରାର୍ଥୀ କରିଥିଲା ଦଳ । ହେଭିୱେଟ ବୈଜୟନ୍ତଙ୍କୁ ପରାସ୍ତ କରି କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । କିନ୍ତୁ ଅନୁଭବଙ୍କ ଘରୋଇ କଳି ସାମ୍ନାକୁ ଆସିବା ପରେ ବିଜେଡି ସମୟକ୍ରମେ ଅନୁଭବଙ୍କ ଠାରୁ ଦୂରେଇବା ଆରମ୍ଭ କରିଥିଲା । କୌଣସି ସଭାସମିତିରେ ଅନୁଭବଙ୍କୁ ସାମିଲ କରାଯାଉନଥିଲା ଏବଂ ଦଳୀୟ କାର୍ଯ୍ୟକ୍ରମରେ ଅନୁଭବଙ୍କୁ ଦୂରେଇ ରଖାଯାଉଥିଲା । ଦୀର୍ଘବର୍ଷ ଧରି ଦଳରେ କୋଣଠେସା ହୋଇ ରହିବା ପରେ ବିଜେଡିକୁ ବାଏ ବାଏ କରିଥିଲେ ଅନୁଭବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ