Thursday, July 23, 2026
24.8 C
Odisha

    KIIT ଓ KISS ପରିଦର୍ଶନ କଲେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି KIIT ଓ KISS  ପରିଦର୍ଶନ କରିବା ସହ କିଟ୍ ପରିସରରେ ଥିବା KIIT Art Gallery ବୁଲି ଦେଖିଛନ୍ତି ।  ଏହି ଅବସରରେ ସେ ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକଙ୍କ ସହ ସାକ୍ଷାତ କରି ଗ୍ୟାଲେରୀରେ ପ୍ରଦର୍ଶିତ ବିଭିନ୍ନ ଚିତ୍ରକଳା, ଭାସ୍କର୍ଯ୍ୟ ଏବଂ ସମକାଳୀନ କଳାକୃତି ସମ୍ପର୍କରେ ଅବଗତ ହୋଇଥିଲେ ।  ପରିଦର୍ଶନ ପରେ ଅଦ୍ୱୈତ ଗଡ଼ନାୟକ କହିଥିଲେ, କଳା ହେଉଛି ସମାଜର ସୃଜନଶୀଳତା, ସଂସ୍କୃତି ଓ ପରମ୍ପରାର ଦର୍ପଣ ।  ଜଣେ କେନ୍ଦ୍ରମନ୍ତ୍ରୀ ନିଜେ ସମୟ ବାହାର କରି ଏକ ଆର୍ଟ ଗ୍ୟାଲେରୀ ପରିଦର୍ଶନ କରିବା ଓ କଳାକୃତି ପ୍ରତି ଆଗ୍ରହ ପ୍ରକାଶ କରିବା କଳାକାର ସମାଜ ପାଇଁ ଏକ ବଡ଼ ପ୍ରେରଣା ।

    ଏଭଳି ପଦକ୍ଷେପ ଦେଶରେ କଳା ଓ ସଂସ୍କୃତିର ବିକାଶ ସହ ଯୁବ କଳାକାରମାନଙ୍କୁ ମଧ୍ୟ ନୂଆ ଉତ୍ସାହ ଯୋଗାଇବ ।  ସେ କହିଥିଲେ ଯେ କିଟ୍ ଆର୍ଟ ଗ୍ୟାଲେରୀ କେବଳ କଳା ପ୍ରଦର୍ଶନର ସ୍ଥାନ ନୁହେଁ, ବରଂ ଏହା ଯୁବ ପିଢ଼ିଙ୍କୁ କଳା, ସଂସ୍କୃତି ଓ ସୃଜନଶୀଳ ଚିନ୍ତାଧାରା ସହ ଯୋଡ଼ିବାର ଏକ ମାଧ୍ୟମ ।  ଦେଶର ନୀତି ନିର୍ଦ୍ଧାରକମାନେ କଳା ଓ ସଂସ୍କୃତି ପ୍ରତି ଆଗ୍ରହ ଦେଖାଇବା ଦ୍ୱାରା କଳାକାରଙ୍କ ମନୋବଳ ବୃଦ୍ଧି ପାଇଥାଏ  ।  କଳାର ପ୍ରସାର ଆହୁରି ବ୍ୟାପକ ହୋଇଥାଏ ।  ପରିଦର୍ଶନ ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    89 %
    1.5kmh
    99 %
    Thu
    25 °
    Fri
    29 °
    Sat
    28 °
    Sun
    31 °
    Mon
    32 °

    ସମ୍ବନ୍ଧିତ