ଭୁବନେଶ୍ଵର : ପ୍ରତିବର୍ଷ ଭଳି ଚଳିତବର୍ଷ କିଟ୍ ବିଶ୍ଵବିଦ୍ୟାଳୟରେ ଇଫ୍ତାର ପାଳିତ ହୋଇଯାଇଛି । କିଟ୍ରେ କାର୍ଯ୍ୟରତ ମୁସଲମାନ ସମ୍ପ୍ରଦାୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଭାରତ ସମେତ ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କୁ ନେଇ ଇଫ୍ତାର ପାର୍ଟିର ଆୟୋଜନ କରାଯାଇଥିଲା I ଏଥିରେ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ସବୁ ଧର୍ମର ମୂଳ ଆଧାର ହେଉଛି ଦୟା, ମାନବିକତା, ସ୍ନେହ ଓ ସୌହାର୍ଦ୍ଦ୍ୟ ।
କିଟ୍ ଓ କିସ୍ ଦୟା ଓ ମାନବିକତା ଉପରେ ପର୍ଯ୍ୟବେସିତ ଦୁଇଟି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ ଶ୍ରୀ ସାମନ୍ତ କହିଲେ, ଅନ୍ୟକୁ ଭଲ ପାଇବା ଅନ୍ୟମାନଙ୍କ ଠାରୁ ଭଲ ପାଇବା ଓ ସ୍ନେହ ପାଇବା ପାଇଁ ଚେଷ୍ଟା କର । ଏହାଦ୍ୱାରା ମଣିଷକୁ ଆତ୍ମସନ୍ତୋଷ ମିଳିବା ସହ ଅନ୍ୟମାନେ ମଧ୍ୟ ଏଥିରୁ ଆନନ୍ଦ ପାଇଥାନ୍ତି I
ପରସ୍ପରକୁ ଭଲ ପାଇବା ଦ୍ଵାରା ଅନେକ ମାନସିକ ଓ ସାମାଜିକ ସମସ୍ୟା ଦୂର ହୋଇପାରିବ । ଏହାକୁ ସମସ୍ତେ ଆପଣାଇବା ସହ ଅଭ୍ୟାସ କରିବା ଉଚିତ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ଡା. ସିବିକେ ମହାନ୍ତି, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍ ଓ କିସର ବହୁ ପଦ ପଦାଧିକାରୀ ଉପସ୍ଥିତ ଥିଲେ ।
