Thursday, October 1, 2026
28.6 C
Odisha

    କିମ୍‌‌ ପରମାଣୁ ବୋମା ତିଆରି କରିବାରେ ବ୍ୟସ୍ତ, ନିର୍ମାଣସ୍ଥଳ ବୁଲି ଦେଖିଲେ

    ଆଗକୁ ପଢନ୍ତୁ

    ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌‌ ଜୋଙ୍ଗ ଉନ ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାର ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଏହା ପରେ ଆଣବିକ ବୋମା ତିଆରି ପାଇଁ ଉତ୍ତର କୋରିଆର ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଘୋଷଣାର ଦ୍ୱିତୀୟ ଦିନରେ ଉତ୍ତର କୋରିଆ ବାଲିଷ୍ଟିକ୍‌‌ କ୍ଷେପଣାସ୍ତ୍ର ଏବଂ ରକେଟ ପରୀକ୍ଷଣ କରିଥିଲା।

    ଏହା ପରେ ଶୁକ୍ରବାର କିମ୍‌‌ ଜୋଙ୍ଗ ଉନ ନିଷିଦ୍ଧ ଆଣବିକ ନିର୍ମାଣ ସ୍ଥାନ ପରିଦର୍ଶନ କରି ପରମାଣୁ ବୋମା ତିଆରି କରିବା ପାଇଁ ୟୁରାନିୟମ ପରିମାଣ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଦିନ ଉତ୍ତର କୋରିଆ ପ୍ରଥମ ଥର ପାଇଁ ପରମାଣୁ ବୋମା ପାଇଁ ଇନ୍ଧନ ଉତ୍ପାଦନ କରୁଥିବା ସେଣ୍ଟ୍ରିଫ୍ୟୁଜ ଫଟୋ ପ୍ରକାଶ କରିଛି। ଏକଛତ୍ରବାଦୀ ଶାସକ କିମ୍‌‌ ଜୋଙ୍ଗ ଉନ ଏହି ୟୁରାନିୟମ ସମୃଦ୍ଧ କାରଖାନା ପରିଦର୍ଶନ କରୁଥିବା ଦେଖାଯାଉଛି। କିମ୍‌‌ ଜୋଙ୍ଗଙ୍କ ୟୁରାନିୟମ ସାଇଟ ବୁଲି ଦେଖିବାର ଫଟୋ ନେଇ ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା ସୃଷ୍ଟି କରିଛି।

    ସୂଚନାଯୋଗ୍ୟ, କିମ୍‌‌ ଜୋଙ୍ଗ ଉନ ଆମେରିକାକୁ ତାଙ୍କର ସବୁଠାରୁ ବଡ ଶତ୍ରୁ ଭାବରେ ବିବେଚନା କରନ୍ତି। ୟୁରାନିୟମ ସମୃଦ୍ଧ ସ୍ଥାନ ପରିଦର୍ଶନ କରିବାବେଳେ କିମ୍‌‌ କର୍ମଚାରୀମାନଙ୍କୁ କୌଶଳିକ ଆଣବିକ ଅସ୍ତ୍ର ପାଇଁ ଅଧିକ ସାମଗ୍ରୀ ଉତ୍ପାଦନ କରିବାକୁ ଅନୁରୋଧ କରିଥିବା କୁହାଯାଉଛି। ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରର ବିପଦକୁ ପ୍ରତିହତ କରିବା ପାଇଁ ଦେଶର ପରମାଣୁ ଅସ୍ତ୍ରଶସ୍ତ୍ର ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ କହିଛନ୍ତି।
    ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସିର ମୁଖ୍ୟ ରାଫେଲ ଗ୍ରୋସି କହିଛନ୍ତି ଯେ ୟୁଏନ ଆଣବିକ ୱାଚଡଗ ଉତ୍ତରକୋରିଆର ରିଆକ୍ଟରର କାର୍ଯ୍ୟକଳାପ ଉପରେ ନଜର ରଖିଛି। ଅନ୍ତର୍ଜାତୀୟ ଶାନ୍ତି ପାଇଁ ଆମେରିକାର କାର୍ନେଜି ଏଣ୍ଡୋମେଣ୍ଟର ଅଙ୍କିତ ପଣ୍ଡା କହିଛନ୍ତି ଯେ ନୂତନ ପ୍ରକାରର ସେଣ୍ଟ୍ରିଫ୍ୟୁଜ ଦର୍ଶାଉଛି ଯେ ଉତ୍ତର କୋରିଆ ଏହାର ଇନ୍ଧନ ଚକ୍ର କ୍ଷମତାକୁ ଅଗ୍ରଗତି କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.6 ° C
    28.6 °
    28.6 °
    65 %
    1.4kmh
    12 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ