Saturday, April 4, 2026
28.2 C
Odisha

    ସୋମନାଥ ମନ୍ଦିରରେ ଅବସ୍ଥିତ ‘ବାଣ ସ୍ତମ୍ଭ’ର ରହସ୍ୟ! ଖୁବ ସ୍ୱତନ୍ତ୍ର ଏହାର ଇତିହାସ

    ଆଗକୁ ପଢନ୍ତୁ

    ସମଗ୍ର ବିଶ୍ୱରେ ଏଭଳି ଅନେକ ରହସ୍ୟ ଲୁଚି ରହିଛି, ଯାହା ବିଷୟରେ ଆଜି ପର୍ଯ୍ୟନ୍ତ କେହି ବି ଜାଣିପାରିନାହାନ୍ତି । ଏଭଳି ଏକ ରହସ୍ୟ ଗୁଜୁରାଟର ସୋମନାଥ ମନ୍ଦିରରେ ଲୁଚି ରହିଛି । ଅର୍ଥାତ ଏହାର ରହସ୍ୟ ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି । ବାସ୍ତବରେ ଏହି ମନ୍ଦିରର ପ୍ରାଙ୍ଗଣରେ ଏକ ସ୍ତମ୍ଭ ରହିଛି, ଯାହା ‘ବାଣ ସ୍ତମ୍ଭ’ ନାମରେ ବେଶ ଜଣାଶୁଣା । ଏହି ସ୍ତମ୍ଭରେ ଏଭଳି ଅନେକ ରହସ୍ୟ ଲୁଚି ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ । ଷଷ୍ଠ ଶତାବ୍ଦୀରୁ ଇତିହାସରେ ‘ବାଣ ସ୍ତମ୍ଭ’ ଉଲ୍ଲେଖ କରାଯାଇଛି ।

    ଏହାର ଅର୍ଥ ହେଉଛି ଯେ ସେହି ସମୟରେ ମଧ୍ୟ ଏହି ସ୍ତମ୍ଭ ସେଠାରେ ଉପସ୍ଥିତ ଥିଲା, ସେଥିପାଇଁ ଏହା ବିଷୟରେ ପୁରାତନ ପୁସ୍ତକଗୁଡ଼ିକରେ ଉଲ୍ଲେଖ କରାଯାଇଛି, କିନ୍ତୁ ଏହା କେବେ ନିର୍ମିତ ହୋଇଛି, କିଏ ନିର୍ମାଣ କରିଛି ଏବଂ କାହିଁକି ତାହା କେହି ଜାଣି ନାହାଁନ୍ତି । ସୂଚନା ମୁତବାକ ସୋମନାଥ ମନ୍ଦିରର ମଧ୍ୟ ନିର୍ମାଣ କେବେ ହୋଇଥିଲା ସେ କଥା କାହାରିକୁ ଜଣା ନାହିଁ କିନ୍ତୁ ଇତିହାସରେ ଏହାକୁ ଅନେକ ଥର ଭଙ୍ଗା ଯାଇଛି ଏବଂ ପୁଣି ଥରେ ପୁନଃନିର୍ମାଣ ହୋଇଥିଲା । ସୂଚନାଯୋଗ୍ୟ ୧୯୫୧ ମସିହାରେ ଏହାର ପୁନଃନିର୍ମାଣ କରାଯାଇଥିଲା । ଏହି ମନ୍ଦିରର ଦକ୍ଷିଣରେ ସମୁଦ୍ର କୂଳରେ ‘ବାଣ ସ୍ତମ୍ଭ’ ରହିଛି ।

    ମନ୍ଦିର ସହ ଏହାର ମଧ୍ୟ ପୁନରୁଦ୍ଧାର କରାଯାଇଛି । କୁହାଯାଇଥାଏ ‘ବାଣ ସ୍ତମ୍ଭ’ ହେଉଛି ଏକ ଦିଗ ସୂଚକ ସ୍ତମ୍ଭ । ଯାହାର ଉପର ଭାଗରେ ଏକ ତୀର ତିଆରି କରାଯାଇଛି, ଯାହାର ମୁହଁ ସମୁଦ୍ର ଆଡକୁ ରହିଛି । ଏହି ‘ବାଣ ସ୍ତମ୍ଭ’ରେ ଉଲ୍ଲେଖ ରହିଛି, ‘ଆସମୁଦ୍ରାନ୍ତ ଦକ୍ଷିଣ ଧ୍ରୁବ, ପର୍ଯ୍ୟନ୍ତ ଅବାଧିତ ଜ୍ୟୋର୍ତିମାର୍ଗ ।’ ଏହାର ଅର୍ଥ ହେଉଛି ସମୁଦ୍ରର ଏହି ବିନ୍ଦୁ ଠାରୁ ଦକ୍ଷିଣ ଧ୍ରୁବ ପର୍ଯ୍ୟନ୍ତ ସିଧା ରେଖାରେ ଗୋଟିଏ ବି ବାଧା ନାହିଁ । ପ୍ରକୃତରେ ଏହା କହିବାର ଅର୍ଥ ହେଉଛି ଏହି ସିଧା ରେଖାରେ କୌଣସି ପାହାଡ କିମ୍ବା ଭୂ-ଖଣ୍ଡର ଅଂଶ ବିଶେଷ ରହିନାହିଁ ।

    ବର୍ତ୍ତମାନ ମନରେ ସବୁଠାରୁ ପ୍ରଶ୍ନ ସୃଷ୍ଟି ହେଉଛି କଣ ପ୍ରାଚୀନ କାଳରେ ମଧ୍ୟ ଲୋକମାନଙ୍କୁ ଏହା ସମ୍ପର୍କରେ ଜଣାଥିଲା କି ଦକ୍ଷିଣୀ ଧ୍ରୁବ କେଉଁଠାରେ ରହିଛି ପୃଥିବୀ ଗୋଲାକାର । କିଭଳି ଏହି ବାଣ ସ୍ତମ୍ଭ ନିର୍ମାଣ କରାଯାଇଛି । ଏହାକୁ ନେଇ ବର୍ତ୍ତମାନ ମଧ୍ୟ ରହସ୍ୟ ସୃଷ୍ଟି ହୋଇଛି । ବର୍ତ୍ତମାନ ଧକ୍ଷିଣୀ ଧ୍ରୁବ ଠାରୁ ଭାରତର ପଶ୍ଚିମୀ ତଟ୍ଟରେ ବିନା କୌଣସି ବାଧାରେ ଯେଉଁ ସ୍ଥାନରେ ସିଧା ରେଖା ମିଳିଥାଏ, ସେଠାରେ ଜ୍ୟୋର୍ତିଲିଙ୍ଗ ସ୍ଥାପିତ ହୋଇଛି । ଯାହାକୁ ଭାରତର ୧୨ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରେ ପ୍ରଥମ କୁହାଯାଇଥାଏ । ତେବେ ଆଜି ବି ଏହି ସ୍ତମ୍ଭର ରହସ୍ୟ କେହି ବୁଝିପାରିନାହାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ