Monday, October 5, 2026
23.3 C
Odisha

    ଗୋଟିଏ ମାସ ମଧ୍ୟରେ ରାମମନ୍ଦିରକୁ ଭକ୍ତ କରିଥିବା ଦାନର ପରିମାଣ କେତେ ରହିଛି ଜାଣନ୍ତୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୀର୍ଘଦିନର ଅ‌ପେକ୍ଷା ପରେ ୨୦୨୪ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ମନ୍ଦିରରେ ଗର୍ଭଗୃହରେ ରାମଲଲ୍ଲାଙ୍କ ବିରାଜମାନ ହୋଇଥିଲା। ଜାନୁଆରି ୨୨ ତାରିଖରୁ ରାମମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଜାନୁଆରି ୨୨ରୁ ଫେବ୍ରୁଆରି ୨୨ ମଧ୍ୟରେ ରାମମନ୍ଦିରକୁ କେତେ ଭକ୍ତ ଆସିଛନ୍ତି ଓ କ’ଣ କ’ଣ ପ୍ରଭୁଙ୍କ ନିକଟରେ ଅର୍ପଣ କରିଛନ୍ତି ସେନେଇ ଲୋକେ ଜାଣିବାକୁ ଚ‌ାହିଁଛନ୍ତି।
    ପ୍ରକାଶିତ ରିପୋର୍ଟ ମୁତାବକ, ଗୋଟିଏ ମାସ ମଧ୍ୟରେ ରାମଲଲ୍ଲାଙ୍କ ଦର୍ଶନ ପାଇଁ ୬୦ଲକ୍ଷରୁ ଅଧିକ ଭକ୍ତ ଅଯୋଧ୍ୟାରେ ପହଞ୍ଚିଥିବା ସୂଚନା ରହିଛି। ସେହିପରି ଶ୍ରୀରାମ ମନ୍ଦିର ସମେତ ଭିନ୍ନଭିନ୍ନ ଦାନ କାଉଣ୍ଟର ଓ ଦାନପାତ୍ରରେ କରାଯାଇଥିବା ଦାନକୁ ଆକଳନ କଲେ ୨୫କୋଟିରୁ ଅଧିକ ଟଙ୍କା ଭକ୍ତ ଦାନ କରିଥିବା ଜଣାାପଡ଼ିଛି।
    ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ, ଏହି ଧନରାଶି ଭକ୍ତଙ୍କ ଦ୍ବାରା ଦାନ କରାଯାଇଥିବା ଚେକ, ଡ୍ରାଫ୍ଟ ଓ ନଗଦରାଶି ସାମିଲ ରହିଛି। ବିଦେଶୀ ରାମଭକ୍ତଙ୍କ ଦ୍ବାରା ଅର୍ପଣ କରାଯାଇଥିବା ଧନରାଶିର ଗଣନା ଏଥିରେ କରାଯାଇନାହିଁ। ଯେଉଁମାନେ ସିଧାସଳଖ ବ୍ୟାଙ୍କକୁ ଦାନ କରିଛନ୍ତି। ଯଦି ବିଭିନ୍ନ ମାଧ୍ୟମରୁ ଦାନ କରାଯାଇଥିବା ଅର୍ଥକୁ ଗଣନା କରାଯିବ ତେବେ ୨୫କୋଟିରୁ ଅଧିକ ଟଙ୍କା ଭକ୍ତ ରାମଲଲ୍ଲାଙ୍କୁ ଦାନ କରିଥିବା କୁହାଯାଇପାରିବ।

    ସେହିପରି ରାମଲଲ୍ଲାଙ୍କୁ ଏଯାବତ ୨୫କିଲୋ ରୁପା ଦାନ କରାଯାଇଥିବା ବେଳେ ସୁନାର ପରିମାଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ