Tuesday, April 7, 2026
27.6 C
Odisha

    କୃଷକ କ୍ଷମତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    ରାୟଗଡ଼ା:ପ୍ରୟତ୍ନ ସଂସ୍ଥା ଏସ୍.ବି.ଆଇ. ଗ୍ରାମସେବା ପ୍ରକଳ୍ପ ରାୟଗଡ଼ା ଦ୍ବାରା ଆଜି ବାଇସିଙ୍ଗ ଗ୍ରାମ ସେବା କେନ୍ଦ୍ରରେ ପରିବା ଚାଷ ପାଇଁ ଜଳବାୟୁ ସହନଶୀଳ କୃଷି ପ୍ରଥା ବିଷୟରେ ଏକ କୃଷକ କ୍ଷମତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି କୃଷି ବିଶେଷଜ୍ଞା ସୁଶ୍ରୀ ଧରିତ୍ରୀ ବାଚେଲିଙ୍କ ଦ୍ୱାରା ସଂଚାଳିତ ହୋଇଥିଲା।କାର୍ଯ୍ୟକ୍ରମର ଆରମ୍ଭରେ ପ୍ରକଳ୍ପ ପରିଚାଳକ କାହ୍ନଚରଣ ମଲ୍ଲିକ ଉପସ୍ଥିତ କୃଷକମାନଙ୍କ ମଧ୍ୟରେ ପରିଚୟ ପତ୍ର କରାଇ ସହଭାଗୀତା ଓ ସମ୍ପର୍କ ସୁଦୃଢ଼ କରିଥିଲେ। ସେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଦେଇ ଆଜିର ଜଳବାୟୁ ସହନଶୀଳ କୃଷି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ, ଯାହା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରି ପାରିବା ଚାଷକୁ ସ୍ଥାୟୀ ଓ ଲାଭଜନକ କରିବାରେ ସହାୟକ।

    ଉତ୍ସ ବ୍ୟକ୍ତି ବିଶ୍ୱ ରଞ୍ଜନ ଜେନାଙ୍କ ପ୍ରାଯୁକ୍ତିକ ସହଯୋଗରେ ଆୟୋଜିତ ଏହି ପ୍ରଶିକ୍ଷଣ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ, ମାଟି ସ୍ୱାସ୍ଥ୍ୟ ପରିଚାଳନା, ଉତ୍ତମ ଉତ୍ପାଦନ ପାଇଁ ସୁଧାରିତ କୃଷି ପ୍ରଥା ଆପଣେଇବା, ହ୍ରାସ ପଦକ୍ଷେପ ଉପାୟ ଏବଂ କୃଷି ଉତ୍ପାଦନଶୀଳତା ସହ ସ୍ଥିରତା ବୃଦ୍ଧି ବିଷୟରେ ଆଲୋଚନା କରାଯାଇଥିଲା।

    ଏହି ପ୍ରଶିକ୍ଷଣର ମୁଖ୍ୟ ଲକ୍ଷ୍ୟ ଥିଲା ଜଳବାୟୁ ପରିବର୍ତ୍ତନ ସହିତ ଖାପ ଖାଇବା ପାଇଁ କୃଷକମାନଙ୍କର ଜ୍ଞାନ ଓ ଅନୁକୂଳନ କ୍ଷମତାକୁ ବଳବତୀ କରିବା। ଏହି କାର୍ଯ୍ୟକ୍ରମରେ ୫ଟି ଗ୍ରାମରୁ ମୋଟ ୩୦ ଜଣ କୃଷକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ