Sunday, October 4, 2026
28.6 C
Odisha

    ମାଲକାନଗିରି ବିଏସଏଫ ଯବାନଙ୍କ ଦ୍ୱାରା ଲ୍ୟାଣ୍ଡ ମାଇନ ଉଦ୍ଧାର

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବସ୍ଥାପିତ ବିଏସଏଫ ଯବାନଙ୍କୁ ମିଳିଛି ବଡ଼ ସଫଳତା। ଭେଜେଙ୍ଗୱାଡା ରିଜେର୍ଭ ଫରେଷ୍ଟ ଅଂଚଳରେ କୁମ୍ବିଂ କରୁଥିବା ବେଳେ ମାଓବାଦୀଙ୍କ ଦ୍ୱାରା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିବା ଟିଫିନ ବୋମାକୁ ଉଦ୍ଧାର କରିଥିଲେ ବିଏସଏଫ ଯବାନ। ଏକ ଗଛ ମୂଳରେ ବୋମାକୁ ଖଞ୍ଜା ଯାଇଥିଲା।ତେବେ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି। ବିଏସଏଫର ବୋମା ନିଷ୍କ୍ରିୟ ଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା।ପରେ ଘଟଣାସ୍ଥଳରେ ହିଁ ବୋମାକୁ ନିଷ୍କ୍ରିୟ କରାଯାଇଥିଲା। ଘଟଣା ସ୍ଥଳରୁ ଗୋଟିଏ ଟିଫିନ ବୋମା,ଡିଟୋନେଟର,ବିଦ୍ୟୁତ୍ ତାର ଜବତ କରାଯାଇଥିଲା। ମାଲକାନଗିରି ଜିଲ୍ଲାରେ ବିଏସଏଫ ଯୋଗୁଁ ନକ୍ସଲ ଜିଲ୍ଲାରେ ପ୍ରବେଶ କରିବାକୁ ଏକ ପ୍ରକାର ଭୟ କରୁଛନ୍ତି। ବିଏସଏଫ ଯବାନ ଲଗାତାର କୁମ୍ବିଂ ଜାରି ରଖିଥିବାରୁ ସୀମାରେ ନକ୍ସଲ ପ୍ରବେଶ ଏକ ପ୍ରକାର ନାହିଁ କହିଲେ ଚଳେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ