Thursday, October 8, 2026
24.4 C
Odisha

    କିସରେ ମହାନ ଜନନାୟକ ପ୍ରଦ୍ୟୁମ୍ନ ବଳଙ୍କ ୯୨ ତମ ଜୟନ୍ତୀ ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହାନ ଜନନାୟକ, ବିଶିଷ୍ଟ ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୨ ତମ ଜୟନ୍ତୀ ସମଗ୍ର ଓଡ଼ିଶାରେ ପାଳିତ ହେଉଥିବା ବେଳେ କିଟ୍‍, କିସ୍‍ ଓ କିମ୍‍ସ ପକ୍ଷରୁ ମଧ୍ୟ ପାଳିତ ହୋଇଛି । ଏହି ଅବସରରେ କିସ୍‍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ସ୍ମୃତିଚାରଣ କରିବା ଅବସରରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଲେ ସ୍ୱର୍ଗତ ବଳ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ ।

    ସ୍ୱର୍ଗତ ବଳଙ୍କ କାର୍ଯ୍ୟଧାରା, ସତ୍ୟନିଷ୍ଠା, ନିର୍ଭିକ ସାମ୍ବାଦିକତା, ସମାଜସେବା ଓ ଜନଜାତିଙ୍କ ବିକାଶ ସର୍ବଦା ଅନୁପ୍ରାଣୀତ କରିଆସିଛି । ସ୍ୱର୍ଗତ ବଳଙ୍କ ଯେଉଁ ଚିନ୍ତାଧାରା ଥିଲା ତାହା କିସରେ କାର୍ଯ୍ୟକାରୀ ହେଉଛି । ସ୍ୱର୍ଗତ ବଳ ସର୍ବଦା ସମାଜର ଅବହେଳିତ, ଗରିବ ଓ ଜନଜାତିଙ୍କ ଉନ୍ନତି କଥା ଚିନ୍ତା କରୁଥିଲେ । କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ବଳଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ ।

    ସ୍ୱର୍ଗତ ବଳଙ୍କ ପରି ନିର୍ଭିକ, ସ୍ପଷ୍ଟବାଦୀ ଓ ନୀତିବାନ୍ ହେବାକୁ ଅତିଥିମାନେ ଉପସ୍ଥିତ କିସ୍ ର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କିସ୍‍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍ ହସ୍‍ପିଟାଲ୍ କିମ୍‍ସ ପରିସରରେ ଥିବା ସ୍ୱର୍ଗତ ବଳଙ୍କ ପ୍ରତିମୂର୍ତ୍ତରେ ମାଲ୍ୟର୍ପଣ ଓ ପୁଷ୍ପାର୍ଘ୍ୟ ପ୍ରଦାନ କରାଯାଇଥିଲା । ଏଥିରେ ପ୍ରତିଷ୍ଠାତା ଡ. ସାମନ୍ତଙ୍କ ସମେତ କିମ୍‍ସର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ